ଏଇ ଭାରତରେ

କୃଷିର ଉନ୍ନତିରେ ଦେଶର ଉନ୍ନତି, ଏହା ଉପଲବ୍ଧିି କରିଛନ୍ତି ନାସାର ପୂର୍ବତନ ବୈଜ୍ଞାନିକ ଡ. ପରାଗ ନର୍‌ଭେକର। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ୧୨ ବର୍ଷ କାର୍ଯ୍ୟ କରିବା ପରେ ଚାକିରି ଛାଡ଼ି ମହାରାଷ୍ଟ୍ରରେ କୃଷି ଓ କୃଷକଙ୍କ ବିକାଶରେ ଲାଗିଛନ୍ତି। ସେ ୨୦୧୭ରେ ପ୍ରଯୁକ୍ତଭିତ୍ତିକ ଷ୍ଟାର୍ଟଅପ୍‌ ‘ସେନ୍‌ସାର୍ଟିକ୍ସ’ ଗଠନ କରି ଏହି ଅଭିଯାନ ଚଳାଇଛନ୍ତି। କୃଷିରେ କ୍ଷତି ଦୂର କରିବା ପାଇଁ ସେ ରୋଗ ଓ ବର୍ଷା ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରୁଛନ୍ତି। ୨୦୦୩ରେ ଆଇଆଇଟି ମୁମ୍ବାଇରୁ ଇମେଜ ପ୍ରୋସେସିଂ ଟେକ୍‌ନୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ନାସାରେ ଯୋଗ ଦେଇଥିଲେ। ୨୦୧୬ରେ ସେ ସେଠାରୁ ଫେରିଆସି କମ୍‌ ଖର୍ଚ୍ଚରେ ଓ୍ବେଦର ଷ୍ଟେଶନ ନିର୍ମାଣ କରି ତା ମାଧ୍ୟମରେ କୃଷକମାନଙ୍କୁ ତଥ୍ୟ ଯୋଗାଉଛନ୍ତି। ଏହି ଷ୍ଟେଶନ ୫ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ସୂଚନା ଠିକ୍‌ ଭାବେ ଦେଇପାରୁଛି। ସ୍ମାର୍ଟ ଫୋନ୍‌ରେ ଜଳ ପରିଚାଳନା, ଶୀତ ଲହର, ପୋଷକତତ୍ତ୍ୱ ପରିଚାଳନା, ପବନର ଦିଗ, ଆଲୋକ ବିଶ୍ଳେଷଣ ସମ୍ପର୍କିତ ଆଗୁଆ ସୂଚନା କୃଷକଙ୍କୁ ଆପ୍‌ ମାଧ୍ୟମରେ ସୂଚନା ଦିଆଯାଉଛି। ଭାରତର ପ୍ରମୁଖ ଗବେଷଣା ସଂସ୍ଥାଗୁଡ଼ିକ ସହଯୋଗରେ ସେ ଏହାକୁ ପରିଚାଳନା କରୁଛନ୍ତି।
ଏହା ବ୍ୟତୀତ ତୃଣମୂଳସ୍ତରରେ କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ଶହ୍ୟାଦ୍ରି ଫାର୍ମର୍ସ କମ୍ପାନୀ ସହଭାଗିତାରେ ଏହାକୁ ବ୍ୟାପକ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri