Posted inଫୁରସତ

ଧାରୁଆ ଛୁରୀରେ ମହିଳାଙ୍କ ନାକ କାଟିଦେଲେ ଏହି ବ୍ୟକ୍ତି; କାରଣ ଜାଣିଲେ…

କାନପୁର: ରାମାୟଣରେ ରାବଣଙ୍କ ଭଉଣୀ ଶୃପଣଖାଙ୍କ ନାକ ଲକ୍ଷ୍ମଣ କାଟି ଥିବା କଥା ଆପଣ ଶୁଣିଥିବେ। ହେଲେ ଉତ୍ତରପ୍ରଦେଶର କାନପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କଲ୍ୟାଣପୁର ପୋଲିସ ଷ୍ଟେଶନ୍‌ ଅଞ୍ଚଳରେ ଜଣେ ବ୍ୟକ୍ତି କଥିତ ଭାବେ ଏକ ତୀକ୍ଷ୍ଣ ଅସ୍ତ୍ରରେ ଜଣେ ମହିଳାଙ୍କ ନାକ କାଟି ଦେଇଥିବା ଅଭିଯୋଗ ହୋଇଛନ୍ତି। ତାଙ୍କ ନାମ ରେଖା ବୋଲି ଜଣାପଡ଼ିଛି। ତେବେ ତାଙ୍କର ଚିକିତ୍ସା ସ୍ଥାନୀୟ ଡାକ୍ତରଖାନାରେ ଜାରି ରହିଛି।

ପୋଲିସ ନିକଟରେ ରେଖା ଦେଇଥିବା ବୟାନ ଅନୁଯାୟୀ, ଡାକ୍ତରଖାନାର କ୍ୟାଣ୍ଟିନ ଅପରେଟର ବିନୋଦ ତାଙ୍କୁ ପ୍ରଥମେ ନିକଟରେ ଥିବା ଚା’ ଷ୍ଟଲ ହଟାଇବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରେଖାଙ୍କ ଚା’ ଷ୍ଟଲ ଯୋଗୁ ତାଙ୍କ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ସେ କହିଥିଲେ। ଏହାକୁ ବିରୋଧ କରିବାରୁ ବିନୋଦ ତାଙ୍କୁ ତଳେ ପକାଇ ଦେଇଥିଲେ। ସେ ପାଟି କରିବା ପରେ ହଠାତ ଏକ ଛୁରୀ ଉଠାଇ ସେ ନାକ କାଟି ଦେଇଥିଲେ। ଏପରିକି ଚା’ ଷ୍ଟଲ ଲଗାଇଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି ଧମକ ଦେଇଥିବା ସେ କହିଛନ୍ତି।

ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବ୍ୟବସାୟିକ ପ୍ରତିନ୍ଦ୍ୱନ୍ଦିତାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା କହିଛି। ଘଟଣାରେ କ୍ରସ୍‌ ଏଫ୍‌ଆଇଆର୍‌ ପଞ୍ଜିକରଣ କରି ଅନୁସନ୍ଧାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ୧୫ ବର୍ଷ ଶାସନର ଘଟିଲା ପତନ: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ସରକାର ଗଢ଼ିବ ଭାଜପା

କୋଲକାତା,୪ା୫(ପି.ଟି.):ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ…

ଆସାମରେ ହ୍ୟାଟ୍ରିକ୍‌ କଲା ଭାଜପା: କଂଗ୍ରେସ ଆଶା ଧୂଳିସାତ୍‌

ଗୁଆହାଟୀ,୪ା୫:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ନେତୃତ୍ୱରେ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇ ହ୍ୟାଟ୍ରିକ୍‌ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ…

ରସଗୋଲା କାହାର, ଓଡ଼ିଶାର ନା ପଶ୍ଚିମବଙ୍ଗର: ଭାଜପାର ମହାବିଜୟ ପରେ ଖୋଲାଖୋଲି ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏମିତି ଜବାବ

କୋଲକାତା,୪।୫: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ନିର୍ବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି ଏବଂ ୧୫ ବର୍ଷ ଧରି ଶାସନ କରୁଥିବା…

ଧୋତି-କୁର୍ତ୍ତା ପିନ୍ଧି ଧମାକାଦାର ଏଣ୍ଟ୍ରି କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ଭାଜପାର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଥିବା ଦଳୀୟ ମୁଖ୍ୟାଳୟରେ ସମାବେଶକୁ ସମ୍ବୋଧିତ କରିବାକୁ ପହଞ୍ଚିଥିଲେ।…

୫ ପ୍ରତିଶ୍ରୁତି ପୂରଣ କରିବାକୁ ପଶ୍ଚିମବଙ୍ଗ ଲୋକଙ୍କୁ କଥା ଦେଲେ ପ୍ରଧାନମନ୍ତ୍ରୀ: କହିଲେ ପ୍ରଥମ ବୈଠକରେ ହିଁ କରାଯିବ ଲାଗୁ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ୨୯୩ ଆସନରୁ ୨୦୪ ଆସନ ଜିତି ଏକ ବିଶାଳ ବିଜୟ ହାସଲ କରିଛି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଏକ ବିଜୟ…

ମେସିଙ୍କ ଯୋଗୁ ହାରିଗଲେ ମମତା ଦିଦି! ପରାଜୟ ପରେ ଟିଏମସିକୁ ଟ୍ରୋଲିଂ, ଜାଣନ୍ତୁ କାହିଁକି…

କୋଲକାତା,୪।୫: କିଛି ମାସ ପୂର୍ବରୁ, ଫୁଟବଲ ଆଇକନ ଲିଓନେଲ ମେସି ଭାରତ ଗସ୍ତ କରିଥିଲେ। ସାରା ଦେଶରେ ତାଙ୍କର ଗସ୍ତ ସୁରୁଖୁରୁରେ ଚାଲିଥିବାବେଳେ, କୋଲକାତାରେ ବ୍ୟାପକ ଉତ୍ତେଜନା…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟନ୍‌: ସ୍ବାଧୀନତା ପରେ ପ୍ରଥମଥର ପାଇଁ…

ଥିରୁଭାନନ୍ତପୁରମ୍‌,୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି, ଯଦିଓ ବର୍ତ୍ତମାନ ଅନେକ ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଚାଲିଛି। ଧାରା ଅନୁସାରେ, ବାମପନ୍ଥୀମାନେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ…

ବହୁ ସଂଖ୍ୟାରେ କର୍ମୀମାନେ ଏକଜୁଟ ହୋଇ ମନାଇଲେ ବିଜୟ ଉତ୍ସବ: ପରସ୍ପରକୁ ମିଠା ଖୁଆଇ…

ହାଟଡିହୀ,୪l୫(ଶୁଭକାନ୍ତ ନାୟକ): ପଶ୍ଚିମବଙ୍ଗରେ ଭାଜପାର ବାଜିମାତକୁ ନେଇ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀଠାରେ ସୋମବାର ସନ୍ଧ୍ୟାରେ ଭାଜପା ବିଜୟ ଉତ୍ସବ ପାଳନ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri