ଏଇ ଭାରତରେ

ଅସହାୟ ଛାତ୍ରମାନଙ୍କ ସାହାରା ପାଲଟିଛନ୍ତି ମହାରାଷ୍ଟ୍ରର ରାଜୁ କେନ୍ଦ୍ରିି। କୃଷକ ପୁଅ ରାଜୁ ଏବେ ସୁଦ୍ଧା ୧୨୫ ଜଣ ଅସହାୟ ଛାତ୍ରଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିସାରିଛନ୍ତି। ରାଜୁ ଏକଲବ୍ୟ ଅଭିଯାନ ଚଳାଇ ଏହି ଲକ୍ଷ୍ୟ ହାସଲ କରିଛନ୍ତି। ନିକଟରେ ୨୮ ବର୍ଷୀୟ ରାଜୁ ଇଂଲଣ୍ଡର ଚେଭେନିଂ ସ୍କଲାରଶିପ୍‌ ପାଇବା ପରେ ତାଙ୍କ ନିଷ୍ଠାପର ଉଦ୍ୟମ ଲୋକଙ୍କ ସାମ୍ନାକୁ ଆସିଛି। ଏ ବାବଦରେ ପାଇଥିବା ୪୫ ଲକ୍ଷ ଛାତ୍ରମାନଙ୍କ ସେବାରେ ଲାଗିବାର ନିଷ୍ପତ୍ତି ନେଇଛନ୍ତି। ସେ ମୁଖ୍ୟତଃ ମରାଠୀ ମାଧ୍ୟମ ବିଦ୍ୟାଳୟରୁ ଆସୁଥିବା ଯାଯାବର ସମ୍ପ୍ରଦାୟର ପିଲାମାନଙ୍କୁ ପଢ଼ିବାରେ ସାହାଯ୍ୟ କରୁଛନ୍ତି। ବିଦର୍ଭର ବୁଲ୍‌ଧାନ ଜିଲାର ପିମ୍ପ୍ରି ଖନ୍ଦା ଗାଁରେ ରହୁଥିବା ଓ୍ବାର୍କରୀ ସମ୍ପ୍ରଦାୟର ରାଜୁ ୪ର୍ଥ ଯାଏ ପଢ଼ିବା ପରେ ପାଠ ଛାଡ଼ି ଦେଇଥିତ୍ଲେ। ପରେ ନିଜସ୍ବ ଉଦ୍ୟମରେ ଓ୍ବାର୍କ ଆଣ୍ଡ୍‌ ରୁରାଲ ଡେଭଲପ୍‌ମେଣ୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଅନ୍ୟମାନେ କିଭଳି ପଢ଼ିବେ ସେଥିପାଇଁ ଚିନ୍ତା କରିଥିତ୍ଲେ ଓ ତାଙ୍କ ଅଭିଯାନରେ ଆଗେଇଥିଲେ। ଏବେ ଏହି ଅଭିଯାନରେ ତାଙ୍କ ସହ କିଛି ଯୁବକ ଯୋଡ଼ି ହୋଇଛନ୍ତି। ସେ ଗୋଟିଏ ଛୋଟ କେନ୍ଦ୍ର କରି ସେଠାରେ ଏତେ ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରକୁ ଆଣି ପାରିଥିବାରୁ ଏହି ଅଭିଯାନକୁ ମହାରାଷ୍ଟ୍ର ତଥା ଅନ୍ୟ ରାଜ୍ୟକୁ ସମ୍ପ୍ରସାରିତ କରିବାର ଯୋଜନା କରିଛନ୍ତି।