ଏଇ ଭାରତରେ

କରୋନାର ଦ୍ୱିତୀୟ ଲହର ପ୍ରକାଶ ପାଇବା ପରଠାରୁ ଏଯାବତ୍‌ ଦିନଟିଏ ବିଶ୍ରାମ ନେବାକୁ ଭୁଲି ଯାଇଛନ୍ତି ପୁଣେର ଆଶାକର୍ମୀ ସୁମନ ଧେବେ। ମହାରାଷ୍ଟ୍ରର ଭେଲେ ବ୍ଲକ୍‌ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳର ୫ଟି ଗାଁକୁ କୋଭିଡ୍‌ମୁକ୍ତ ରଖିତ୍ତ୍ବା ଲାଗି ସେ ପ୍ରତିଦିନ ୧୨ରୁ ୧୩ କି.ମି ପାହାଡ଼ ଚଢ଼ି ଯାଉଛନ୍ତି। ଏହିସବୁ ଗାଁର ଲୋକସଂଖ୍ୟା ୧,୦୦୦। ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଗାଁଗୁୁଡ଼ିକ ଦ୍ୱିତୀୟ ଲହରରେ ସମ୍ପୂର୍ଣ୍ଣ କୋଭିଡ୍‌ମୁକ୍ତ ହୋଇପାରିଛି। ୨୦୨୦ ଜୁଲାଇରେ ଗୋଟିଏ ଗାଁରେ ଆଦିମ ଜନଜାତିର ଦୁଇଜଣ କୋଭିଡ୍‌ ସଂକ୍ରମିତ ହେବା ପରେ ସୁମନ ବିଚଳିତ ହୋଇ ଯାଇଥିଲେ। ପରେ ସେ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରି ସେହି ଗାଁଗୁଡ଼ିକରେ ସଂକ୍ରମଣ ରୋକିବା ପାଇଁ ଲାଗି ପଡ଼ିଥିଲେ। ଏଥିପାଇଁ ତାଙ୍କୁ ଦୁଇଟି ପାହାଡ଼ ଚଢ଼ି ସେଠାକୁ ଯିବାକୁ ପଡ଼ିିଥିତ୍ଲା। ସମ୍ପୃକ୍ତ ଦୁଇ ଜଣଙ୍କୁ ଗ୍ରାମବାସୀଙ୍କଠାରୁ ଅଲଗା କରି ପ୍ରଥମ ଲହରରେ ଗାଁଗୁଡ଼ିକୁ କୋଭିଡ୍‌ମୁକ୍ତ କରିବା ପରେ ଦ୍ୱିତୀୟ ଲହରରେ ତାଙ୍କ ଉଦ୍ୟମ ଯୋଗୁ ଏଠାରେ କୋଭିଡ ପହଞ୍ଚି ପାରିନାହିଁ। ୪୨ ବର୍ଷୀୟା ସୁମନ ପ୍ରତିଦିନ ସକାଳ ୮ଟାରେ ଗଁାଗୁଡ଼ିକ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି। ପାହାଡ଼ ଚଢ଼ିବା ଲାଗି ହାତରେ ବାଉଁଶ ବାଡିଟିଏ ନିଅନ୍ତି। ଯିବା ଆସିବା ଲାଗି ୧୦ ଘଣ୍ଟା ଲାଗିଯାଏ। ଗତ ବର୍ଷ ଜୁଲାଇରୁ ଏଯାବତ୍‌ ସେ ପ୍ରତିକୂଳ ପରିସ୍ଥିତିରେ ବି ଏହି ସେବା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri