ଏଇ ଭାରତରେ

କରୋନାର ଦ୍ୱିତୀୟ ଲହର ପ୍ରକାଶ ପାଇବା ପରଠାରୁ ଏଯାବତ୍‌ ଦିନଟିଏ ବିଶ୍ରାମ ନେବାକୁ ଭୁଲି ଯାଇଛନ୍ତି ପୁଣେର ଆଶାକର୍ମୀ ସୁମନ ଧେବେ। ମହାରାଷ୍ଟ୍ରର ଭେଲେ ବ୍ଲକ୍‌ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳର ୫ଟି ଗାଁକୁ କୋଭିଡ୍‌ମୁକ୍ତ ରଖିତ୍ତ୍ବା ଲାଗି ସେ ପ୍ରତିଦିନ ୧୨ରୁ ୧୩ କି.ମି ପାହାଡ଼ ଚଢ଼ି ଯାଉଛନ୍ତି। ଏହିସବୁ ଗାଁର ଲୋକସଂଖ୍ୟା ୧,୦୦୦। ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଗାଁଗୁୁଡ଼ିକ ଦ୍ୱିତୀୟ ଲହରରେ ସମ୍ପୂର୍ଣ୍ଣ କୋଭିଡ୍‌ମୁକ୍ତ ହୋଇପାରିଛି। ୨୦୨୦ ଜୁଲାଇରେ ଗୋଟିଏ ଗାଁରେ ଆଦିମ ଜନଜାତିର ଦୁଇଜଣ କୋଭିଡ୍‌ ସଂକ୍ରମିତ ହେବା ପରେ ସୁମନ ବିଚଳିତ ହୋଇ ଯାଇଥିଲେ। ପରେ ସେ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରି ସେହି ଗାଁଗୁଡ଼ିକରେ ସଂକ୍ରମଣ ରୋକିବା ପାଇଁ ଲାଗି ପଡ଼ିଥିଲେ। ଏଥିପାଇଁ ତାଙ୍କୁ ଦୁଇଟି ପାହାଡ଼ ଚଢ଼ି ସେଠାକୁ ଯିବାକୁ ପଡ଼ିିଥିତ୍ଲା। ସମ୍ପୃକ୍ତ ଦୁଇ ଜଣଙ୍କୁ ଗ୍ରାମବାସୀଙ୍କଠାରୁ ଅଲଗା କରି ପ୍ରଥମ ଲହରରେ ଗାଁଗୁଡ଼ିକୁ କୋଭିଡ୍‌ମୁକ୍ତ କରିବା ପରେ ଦ୍ୱିତୀୟ ଲହରରେ ତାଙ୍କ ଉଦ୍ୟମ ଯୋଗୁ ଏଠାରେ କୋଭିଡ ପହଞ୍ଚି ପାରିନାହିଁ। ୪୨ ବର୍ଷୀୟା ସୁମନ ପ୍ରତିଦିନ ସକାଳ ୮ଟାରେ ଗଁାଗୁଡ଼ିକ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି। ପାହାଡ଼ ଚଢ଼ିବା ଲାଗି ହାତରେ ବାଉଁଶ ବାଡିଟିଏ ନିଅନ୍ତି। ଯିବା ଆସିବା ଲାଗି ୧୦ ଘଣ୍ଟା ଲାଗିଯାଏ। ଗତ ବର୍ଷ ଜୁଲାଇରୁ ଏଯାବତ୍‌ ସେ ପ୍ରତିକୂଳ ପରିସ୍ଥିତିରେ ବି ଏହି ସେବା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri