ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରି ରାଜସ୍ଥାନର ଏକ ଗାଁ ପଡିିଆ ଜମିରେ ଘଞ୍ଚଜଙ୍ଗଲ ସୃଷ୍ଟି କରିପାରିଛି। ଉଦୟପୁରଠାରୁ ୭୫କି.ମି. ଦୂର କାରେକ୍‌ ହେଉଛି ପଶ୍ଚିମ ରାଜସ୍ଥାନର ଶେଷ ଗାଁ। ଏହି ଗ୍ରାମର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ୩୩୯ ହେକ୍ଟର ଜମିରେ ଏହି ଜଙ୍ଗଲ ହୋଇପାରିଛି। ଏହିସବୁ ଜମି ଗ୍ରାମବାସୀଙ୍କର। ୨୦୦୨ରେ ସେମାନେ ଫାଉଣ୍ଡେଶନ ଅଫ୍‌ ଇକୋଲୋଜିକାଲ ସିକ୍ୟୁରିଟି ସହଯୋଗରେ ନଷ୍ଟ ହୋଇଯାଉଥିତ୍ବା ଜଙ୍ଗଲର ସୁରକ୍ଷା ଅଭିଯାନ ଚଳାଇବା ସହ ନୂଆ ଜଙ୍ଗଲ ସୃଷ୍ଟି କରିବା ଲାଗି ପଦକ୍ଷେପ ଗ୍ରହଣ କରିଥିତ୍ଲେ। ପ୍ରଥମେ ସେମାନେ ୫୦ ହେକ୍ଟର ଜମିରେ ଏହା ଆରମ୍ଭ କରିଥିଲେ। ଏବେ ଜଙ୍ଗଲ ସୁରକ୍ଷା କରିବା ବି ଗ୍ରାମବାସୀଙ୍କ ଦାୟିତ୍ୱ। ଯେଉଁମାନେ ଗୃହପାଳିତ ପ୍ରାଣୀଙ୍କୁ ଛାଡ଼ି ଜଙ୍ଗଲ ନଷ୍ଟ କରୁଛନ୍ତି ସେମାନଙ୍କ ଉପରେ ୫୦ଟଙ୍କା ଜରିମାନା ଲାଗୁ କରାଯାଉଛି।