ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ ଜିନିଷ। ମାରିଆଙ୍କ ଘର ଥ୍ରୀଶୂର୍ରେ। ତାଙ୍କ ବୟସ ୨୬। ସେ ବିଜ୍ନେସ ଆଡ୍ମିନିଷ୍ଟ୍ରେଶନ୍ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପରେ ମୁମ୍ବାଇର ଏକ ସୋସିଆଲ୍ ଏଣ୍ଟର୍ପ୍ରାଇଜ୍ରେ ବର୍ଷେ ଚାକିରି କରି ତାହାକୁ ଛାଡ଼ି ଏହି କାର୍ଯ୍ୟରେ ଲାଗିଛନ୍ତି। ସେ ଏବେ ସୁଦ୍ଧା ଶଢ଼େଇରେ ୮,୦୦୦ଟି ଜିନିଷ ତିଆରି କରି ବିକ୍ରି କରି ସାରିଲେଣି। ମୁଖ୍ୟତଃ ତାଙ୍କ ଦ୍ୱାରା ପ୍ରସ୍ତୁତ ଶଢ଼େଇପାତ୍ରର ଚାହିଦା ବେଶି। ସେ ଏଗୁଡ଼ିକୁ ଥେଙ୍ଗା ବ୍ରାଣ୍ଡ୍ରେ ବିକ୍ରି କରୁଛନ୍ତି। ବ୍ୟବସାୟୀଙ୍କୁ ଜିନିଷ ବିକ୍ରି କରିବା ସହ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଖାଉଟିଙ୍କ ପାଖରେ ସିଧାସଳଖ ଏହା ପହଞ୍ଚାଇ ଦେଉଛନ୍ତି। ମାରିଆ ଉକ୍ତ କାର୍ଯ୍ୟରେ ୧୦ ଜଣ କାରିଗରଙ୍କୁ ନିଯୁକ୍ତ କରିଛନ୍ତି। ଶଢ଼େଇରେ ୪ ପ୍ରକାର ପାତ୍ର ତିଆରି କରାଯାଉଛି। ଏଥିତ୍ରେ କୌଣସି କେମିକାଲ ବ୍ୟବହାର କରାଯାଉନାହିଁ। ଜିନିଷଗୁଡ଼ିକୁ କେବଳ ନଡିଆ ତେଲରେ ପଲିସ୍ କରାଯାଉଛି। ସବୁଠୁ ଛୋଟ ୧୫୦ଏମ୍.ଏଲ.ର ପାତ୍ରକୁ ୨୫୦ ଟଙ୍କା ଓ ସବୁଠୁ ବଡ଼ ୯୦୦ ଏମ୍.ଏଲ୍. ପାତ୍ରକୁ ୯୫୦ ଟଙ୍କାରେ ବିକ୍ରି କରାଯାଉଛି। ଏହା ବ୍ୟତୀତ ମାରିଆ ଶଢ଼େଇରେ ଚା’କପ୍, କ୍ୟାଣ୍ଡେଲ, କଟ୍ଲେରି ଏବଂ ହ୍ୟାଙ୍ଗିଙ୍ଗ୍ ପ୍ଲାଣ୍ଟର ତିଆରି କରୁଛନ୍ତି। ଏସବୁ ଲାଗି କେରଳ, ତାମିଲନାଡୁ ଏବଂ କର୍ନାଟକରୁ ସେ ଅର୍ଡର ପାଉଛନ୍ତି। କିଛି ମାସ ପରେ ସେ ଏହି ଜିନିଷକୁ ଆମାଜନ ମାଧ୍ୟମରେ ବଜାରକୁ ଛାଡିବା ଯୋଜନା କରିଛନ୍ତି।
ଏଇ ଭାରତରେ
ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…
ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା
ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…
ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ
ମୁଁ ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…
ଆଣବିକ ପ୍ରତିରୋଧ ଓ ମହାଶକ୍ତି
ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…
ଏଇ ଭାରତରେ
ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…
ତଳ ଅଫିସର
ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍ରେ ଯାତ୍ରୀଙ୍କ…
ବିଶ୍ୱ ପାଇଁ ଚେତାବନୀ
ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…
ଜୈନଧର୍ମରେ ମହିଳା
ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…
Archives

