ଏଇ ଭାରତରେ

ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍‌ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ ଜିନିଷ। ମାରିଆଙ୍କ ଘର ଥ୍ରୀଶୂର୍‌ରେ। ତାଙ୍କ ବୟସ ୨୬। ସେ ବିଜ୍‌ନେସ ଆଡ୍‌ମିନିଷ୍ଟ୍ରେଶନ୍‌ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପରେ ମୁମ୍ବାଇର ଏକ ସୋସିଆଲ୍‌ ଏଣ୍ଟର୍‌ପ୍ରାଇଜ୍‌ରେ ବର୍ଷେ ଚାକିରି କରି ତାହାକୁ ଛାଡ଼ି ଏହି କାର୍ଯ୍ୟରେ ଲାଗିଛନ୍ତି। ସେ ଏବେ ସୁଦ୍ଧା ଶଢ଼େଇରେ ୮,୦୦୦ଟି ଜିନିଷ ତିଆରି କରି ବିକ୍ରି କରି ସାରିଲେଣି। ମୁଖ୍ୟତଃ ତାଙ୍କ ଦ୍ୱାରା ପ୍ରସ୍ତୁତ ଶଢ଼େଇପାତ୍ରର ଚାହିଦା ବେଶି। ସେ ଏଗୁଡ଼ିକୁ ଥେଙ୍ଗା ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ବ୍ୟବସାୟୀଙ୍କୁ ଜିନିଷ ବିକ୍ରି କରିବା ସହ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଖାଉଟିଙ୍କ ପାଖରେ ସିଧାସଳଖ ଏହା ପହଞ୍ଚାଇ ଦେଉଛନ୍ତି। ମାରିଆ ଉକ୍ତ କାର୍ଯ୍ୟରେ ୧୦ ଜଣ କାରିଗରଙ୍କୁ ନିଯୁକ୍ତ କରିଛନ୍ତି। ଶଢ଼େଇରେ ୪ ପ୍ରକାର ପାତ୍ର ତିଆରି କରାଯାଉଛି। ଏଥିତ୍ରେ କୌଣସି କେମିକାଲ ବ୍ୟବହାର କରାଯାଉନାହିଁ। ଜିନିଷଗୁଡ଼ିକୁ କେବଳ ନଡିଆ ତେଲରେ ପଲିସ୍‌ କରାଯାଉଛି। ସବୁଠୁ ଛୋଟ ୧୫୦ଏମ୍‌.ଏଲ.ର ପାତ୍ରକୁ ୨୫୦ ଟଙ୍କା ଓ ସବୁଠୁ ବଡ଼ ୯୦୦ ଏମ୍‌.ଏଲ୍‌. ପାତ୍ରକୁ ୯୫୦ ଟଙ୍କାରେ ବିକ୍ରି କରାଯାଉଛି। ଏହା ବ୍ୟତୀତ ମାରିଆ ଶଢ଼େଇରେ ଚା’କପ୍‌, କ୍ୟାଣ୍ଡେଲ, କଟ୍‌ଲେରି ଏବଂ ହ୍ୟାଙ୍ଗିଙ୍ଗ୍‌ ପ୍ଲାଣ୍ଟର ତିଆରି କରୁଛନ୍ତି। ଏସବୁ ଲାଗି କେରଳ, ତାମିଲନାଡୁ ଏବଂ କର୍ନାଟକରୁ ସେ ଅର୍ଡର ପାଉଛନ୍ତି। କିଛି ମାସ ପରେ ସେ ଏହି ଜିନିଷକୁ ଆମାଜନ ମାଧ୍ୟମରେ ବଜାରକୁ ଛାଡିବା ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri