ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍ଏସ୍ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ ଲୋକମାନଙ୍କ ମିଳିତ ଉଦ୍ୟମରେ କୃଷିର ଉନ୍ନତି ଓ ଜୈବବିବିଧତାର ସୁରକ୍ଷା ନିଶ୍ଚିତ ହୋଇପାରିଛି। ଏଭଳି ଅଭିଯାନର ନେତୃତ୍ୱ ନେଇଛନ୍ତି ଏସ୍ଏସ୍ଟିର ଚେୟାରମ୍ୟାନ ସ୍ବରନ ସିଂ। ସେ ୨୦୧୮ରୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି ସଂସ୍ଥା ଦ୍ୱାରା ୨୫୦୦ ଗାଁରେ କ୍ଷୁଦ୍ରଚାଷୀମାନେ ସେମାନଙ୍କ ଆୟ ଦୁଇଗୁଣ ବଢ଼ାଇବାକୁ ସକ୍ଷମ ହୋଇଛନ୍ତି। କୃଷକମାନଙ୍କୁ ପର୍ଯ୍ୟାପ୍ତ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛିି । ଗତ ୪ ବର୍ଷ ମଧ୍ୟରେ ଗାଁଗୁଡ଼ିକରେ କ୍ଷୁଦ୍ର ଜଳସେଚନ ଟାଙ୍କି ନିର୍ମାଣ କରାଯାଇଛି। କେବଳ ଏତିକି ନୁହେଁ, ସ୍ବରନଙ୍କ ଉଦ୍ୟମରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଗ୍ରାମବାସୀଙ୍କ ସହଯୋଗରେ ବୃହତ୍ ଜଳାଶୟ ଖୋଳାଯାଇ ବିଭିନ୍ନ ପ୍ରଜାତି ଜୀବଙ୍କ ସୁରକ୍ଷା କରାଯାଉଛି।

କେହି ମୁହଁ ଖୋଲୁନାହାନ୍ତି
ଅମଲାତନ୍ତ୍ରରେ ସବୁବେଳେ ସର୍ଭିସଗୁଡ଼ିକ ମଧ୍ୟରେ ଟେନ୍ସନ ଲାଗିରହିଛି, କିନ୍ତୁ ଏହାର ମହତ୍ତ୍ୱ କମ୍ ରହିଆସିଛିି। ନିକଟରେ ୧୯୯୬ ବ୍ୟାଚ୍ର ୨୫ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି...

ଏଇ ଭାରତରେ
ନିଯୁକ୍ତି ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଏବେ ବହୁ ଉଚ୍ଚ ଡିଗ୍ରୀଧାରୀ କୃଷି କିମ୍ବା ଏହା ସମ୍ପର୍କିତ କ୍ଷେତ୍ରରେ ରୋଜଗାର ସୃଷ୍ଟି କରିବାରେ ଉଦାହରଣ...

ଲକ୍ଡାଉନର ସାମୟିକ ପ୍ରଭାବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ମାର୍ଚ୍ଚ, ୨୦୨୦ରେ ଲକ୍ଡାଉନ ଘୋଷଣା କରିଥିଲେ। ଏହାର ପ୍ରାୟ ଏକ ସପ୍ତାହ ପରେ ଭାରତର ପ୍ରତିଷ୍ଠିତ ମେଡିକାଲ ସଂସ୍ଥା ସରକାରଙ୍କୁ...

ସାଉଁଟା ଅନୁଭୂତି ଓ ବ୍ୟାବହାରିକ ଜ୍ଞାନ
ଡ. କୁମରବର ଦାସ ଗାନ୍ଧୀ, ଗୋପବନ୍ଧୁ, ବିବେକାନନ୍ଦ, ରାମକୃଷ୍ଣ କିମ୍ବା ଟାଗୋର, ଅରବିନ୍ଦଙ୍କ ଜୀବନଯାତ୍ରାର ସଫଳତା କଥା ଆମେ ଜାଣୁ। ସେମାନଙ୍କ ଜୀବନୀ ପଢିଛୁ। କିନ୍ତୁ...

ଜନଜୀବନ ଓ ଆୟୁ
ନାରାୟଣ ଚନ୍ଦ୍ର ବିଶ୍ୱାଳ ଅବ୍ୟବସ୍ଥିତ ଜୀବନଶୈଳୀ, ବେପରୁଆ ଜୀବନ, କର୍ମବ୍ୟସ୍ତତାର ଚାପ, ଯାବତୀୟ ଶାରୀରିକ ଓ ମାନସିକ ଷ୍ଟ୍ରେସ୍ ଭିତରେ ବି ଭାରତୀୟଙ୍କ ଆୟୁଷ ବଢ଼ୁଛି।...

ଶକ୍ତି ସଂରକ୍ଷଣ ଓ ଆମ ଦାୟିତ୍ୱ
ଇଂ ମାୟାଧର ସ୍ବାଇଁ ଶକ୍ତି ହେଉଛି ଏକ ଅତ୍ୟାବଶ୍ୟକ ଆନୁଷଙ୍ଗିକ ବସ୍ତୁ। ସମସ୍ତ ପ୍ରକାର ଶକ୍ତି ମଧ୍ୟରେ ସହଜ ଓ ସୁବିଧାରେ ବ୍ୟବହାର ହୋଇପାରିବା ଭଳି...

ଏଇ ଭାରତରେ
ପାଖରେ ଟଙ୍କା ନ ଥିଲା, କିନ୍ତୁ କେରଳରୁ କଶ୍ମୀର ଯାଏ ଚା’ ବିକି ବିକି ସାଇକେଲରେ ଚାଲିଗଲେ ନିଧିନ ଏମ୍.କେ.। ଯିବା ସମୟରେ ଗୁଗଲ୍ ମ୍ୟାପ୍...

ଏଇ ଭାରତରେ
ଗ୍ରାମାଞ୍ଚଳରେ ବନ୍ୟା ସମୟରେ ଜୀବନ ରକ୍ଷାକାରୀ ଜ୍ୟାକେଟ ବ୍ୟବହାର କରିବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ। କାରଣ ଏହାର ମୂଲ୍ୟ ଅଧିକ ଓ ଏହା ଅଧିକ...