ଏଇ ଭାରତରେ

ଗୋଟିଏ ସମୟରେ ପରିବାରର ଦୁଇ ସଦସ୍ୟଙ୍କ ସମେତ ଅନ୍ୟ ତିନିଜଣ ସମ୍ପର୍କୀୟଙ୍କର କ୍ୟାନ୍‌ସରରେ ମୃତ୍ୟୁ ହେବା ପରେ ଗୁଣବୀର ସିଂ ଜୈବିକ କୃଷି ଅଭିଯାନ ଆରମ୍ଭ କରିଛନ୍ତି। ଏମାନଙ୍କ ମୃତ୍ୟୁର କାରଣ ବିଷାକ୍ତ ଖାଦ୍ୟ ଯୋଗୁ ହେବା ସ୍ପଷ୍ଟ ହେବା ପରେ ଅନ୍ୟମାନଙ୍କର ଏହାଯୋଗୁ ଯେଭଳି ମୃତ୍ୟୁ ନ ଘଟେ ସେଥିପାଇଁ ସେ ୨୦୧୬ରେ ଏହି ଅଭିଯାନ ଆରମ୍ଭ କରି ଏବେ ସୁଦ୍ଧା ପଞ୍ଜାବରେ ୨୦,୦୦୦ କୃଷକଙ୍କୁ ସାମିଲ କରିସାରିଲେଣି। ତାଙ୍କ ପିତାଙ୍କ ନାମରେ ‘ଦିଲବୀର ଫାଉଣ୍ଡେଶନ’ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ଜାରି ରଖିଛନ୍ତି। କେବଳ କୃଷକ ନୁହନ୍ତି, ବହୁ ସ୍କୁଲ, କଲେଜରେ ଜୈବିକ ଚାଷ ଆରମ୍ଭ କରି ଛାତ୍ରମାନଙ୍କୁ ନେଇ ଜୈବିକ ଖାଦ୍ୟ ଅଭିଯାନ ମଧ୍ୟ ଚଳାଇଛନ୍ତି। ଗୁଣବୀର ମଧ୍ୟ ଲୋକମାନଙ୍କୁ ଅଗଣାରେ ଜୈବିକ ଚାଷ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ରାସାୟନିକ ସାର ଓ କୀଟନାଶକର ପ୍ରଭାବ ଉପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆୟୋଜନ କରୁଛନ୍ତି ସଚେତନତା ଶିବିର । ସେ ଅମୃତସର, ଲୁଧିଆନା ଓ ଚଣ୍ଡିଗଡ଼ରେ ଆର୍ଥ ଷ୍ଟୋର ଆରମ୍ଭ କରି ସେଠାରେ ସମସ୍ତ ପ୍ରକାର ଜୈବିକ ବିହନ ଗଚ୍ଛିତ କରି ରଖୁଛନ୍ତି। ସେ ହିମାଚଳ ପ୍ରଦେଶ, କେରଳ, ରାଜସ୍ଥାନ ଏବଂ ଦେଶର ଅନ୍ୟ ଭାଗରୁ ଏହା ସଂଗ୍ରହ କରି ପଞ୍ଜାବର ଚାଷୀମାନଙ୍କୁ ସୁବିଧା ଓ ଶସ୍ତାରେ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri