ଏଇ ଭାରତରେ

ପରୀକ୍ଷାରେ ମାତାପିତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ ମିଳିବା ପରେ ସେମାନଙ୍କ ପିଲାମାନେ ଏକପ୍ରକାର ଅସହାୟ ମନେକରନ୍ତି। ମୁଖ୍ୟତଃ ବସ୍ତିରେ ରହୁଥିବା ଗରିବ ଶ୍ରେଣୀର ପିଲାମାନଙ୍କ ଜୀବନ ଦୁର୍ବିଷହ ହୋଇପଡ଼ୁଛି। ତେବେ ଏଭଳି ପରିସ୍ଥିତିରେ ମୁମ୍ବାଇର ଏକ ଏନ୍‌ଜିଓ ରୁବେଲ ନାଗି ଆର୍ଟ ଫାଉଣ୍ଡେଶନ (ଆର୍‌ଏନ୍‌ଏଏଫ୍‌) ସଂକ୍ରମିତଙ୍କ ପିଲାମାନଙ୍କୁ ରଖି ଖାଇବା ଓ ପଢ଼ାଇବାର ବ୍ୟବସ୍ଥା କରିଛି। ମାତାପିତାଙ୍କ ସହମତିରେ ପିଲାମାନଙ୍କୁ କୋଭିଡ୍‌ ପରୀକ୍ଷା କରାଯାଇ ଏହାର ଏକ ସ୍ବତନ୍ତ୍ର କେନ୍ଦ୍ରରେ ରଖାଯାଉଛି। ପରେ ପ୍ରତି ୧୦ ଦିନରେ ପୁଣି ଥରେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଉଛି। ଦିଲ୍ଲୀ -ଏନ୍‌ସିଆର, ମୁମ୍ବାଇ, ରାଜସ୍ଥାନ ଏବଂ ନଏଡାର ୯ଟି ସେଣ୍ଟରରେ ଏବେ ୨୫୦ ପିଲା ରହିଛନ୍ତି। ପିଲାମାନଙ୍କୁ ପାଠ୍ୟ ଉପକରଣ, ଖାଇବା ଖର୍ଚ୍ଚ ସଂସ୍ଥା ବହନ କରୁଛି। କୋଭିଡ୍‌ ଆକ୍ରାନ୍ତ ପରିବାରକୁ ମାଗଣାରେ ବେଡ୍‌ ଏବଂ ରାଶନ ସାମଗ୍ରୀ ବି ଯୋଗାଇ ଦେଉଛି। ଏହି ଏନ୍‌ଜିଓ ତା’ର ସମସ୍ତ ବାଲ୍‌ଓ୍ବାଡି ଏବଂ ଡେ’କେୟାରଗୁଡ଼ିକୁ କୋଭିଡ୍‌ ସେଣ୍ଟର କରିଦେଇଛି। ସ୍ବତନ୍ତ୍ର କେନ୍ଦ୍ରରେ ରହିଥିବା ପିଲାମାନଙ୍କ ମାତାପିତାଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ଏନ୍‌ଜିଓ ବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri