ଏଇ ଭାରତରେ

ବହୁ ପ୍ରକାର ଇଲେକ୍ଟ୍ରିକ ବାଇକ୍‌ କଥା ଶୁଣିଛନ୍ତି, କିନ୍ତୁ ହାଇଦ୍ରାବାଦର ହର୍ଷବର୍ଦ୍ଧନ କାବୁମାଲାଙ୍କ ଦ୍ୱାରା ନିର୍ମିତ ଲାଇଟଓ୍ବେଟ ଇଲେକ୍ଟ୍ରିକ୍‌ ବାଇକ ସମ୍ପୂର୍ଣ୍ଣ ଭିନ୍ନ। ‘ୟୁଟନ ଏନର୍ଜିଆ’ ଷ୍ଟାର୍ଟ ଅପ ମାଧ୍ୟମରେ ସେ ଏହି ଇ-ବାଇକ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ‘ଫର୍ଟିଫାଇଭ’। ଏହାର ଦାମ ୩୦ ହଜାର ଟଙ୍କା। ଥରେ ଚାର୍ଜ କଲେ ୬୫ କିମି ଯାଉଛି ଓ ଚାର୍ଜ ପାଇଁ ୬ ଟଙ୍କା ଖର୍ଚ୍ଚ ହେଉଛି। ଅଫିସ କିମ୍ବା ଅନ୍ୟ କୌଣସି ସ୍ଥାନରେ ଏହାକୁ ୭୫ ମିନିଟ୍‌ରେ ପୂରା ଚାର୍ଜ କରାଯାଇପାରିବ। ହାଇକାର୍ବନ ଷ୍ଟିଲରେ ନିର୍ମିତ ଏହି ଇ-ବାଇକର ଓଜନ ୬.୮ କେଜି। କିନ୍ତୁ ୧୨୦ କେଜି ଓଜନ ବୋହି ଏହା ଚାଲି ପାରୁଛି। ଏହାର ସ୍ପିଡ୍‌ ରହିଛି ଘଣ୍ଟାକୁ ୧୭ କିମି। ଏହାକୁ ଚଳାଇବା ପାଇଁ ଲାଇସେନ୍ସ ଦରକାର ପଡୁନି। ଯେଉଁମାନେ ପ୍ରତିଦିନ କମ୍‌ ଦୂର ଯା’ଆସ କରୁଛନ୍ତି ସେମାନଙ୍କ ପାଇଁ ଏହି ବାଇକ୍‌ ବେଶ୍‌ ଉପଯୋଗୀ ବୋଲି କହନ୍ତି ହର୍ଷବର୍ଦ୍ଧନ। କାର୍ବନ ଷ୍ଟିଲରେ ନିର୍ମିତ ଫର୍ଟିଫାଇଭ ଇ-ବାଇକ ପାଇଁ ହର୍ଷବର୍ଦ୍ଧନ ଏବେ ୫୦ ୟୁନିଟ୍‌ ଅର୍ଡର ପାଇସାରିଲେଣି। ଏପ୍ରିଲ ୨୦୨୧ ଶେଷ ସୁଦ୍ଧା ଏହାକୁ ଗ୍ରାହକମାନଙ୍କୁ ଯୋଗାଇଦେବାର ଯୋଜନା କରିଛନ୍ତି ‘ୟୁଟନ ଏନର୍ଜିଆ’ର ସିଇଓ ହର୍ଷବର୍ଦ୍ଧନ।