ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ ବାଧା ଟଳିଯାଏ, ବ୍ୟକ୍ତି ନିଜ ଲକ୍ଷ୍ୟରେ ପହଞ୍ଚିଯାଏ; ଯାହା ଘଟିଛି ଅଙ୍କିତା ଶାହାଙ୍କ ଜୀବନରେ। ଅହମଦାବାଦର ଅଙ୍କିତା ଜଣେ ଭିନ୍ନକ୍ଷମ। ତେବେ ସବୁ ସମସ୍ୟାକୁ ସାମ୍‌ନା କରି ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଛନ୍ତି। ସେ ଅହମଦାବାଦର ପ୍ରଥମ ଭିନ୍ନକ୍ଷମ ମହିଳା ଅଟୋଚାଳକ। ଅଙ୍କିତାଙ୍କ ବୟସ ୩୮। ତାଙ୍କ ବୟସ ୧ ବର୍ଷ ହୋଇଥିବାବେଳେ ସେ ପୋଲିଓ ଆକ୍ରାନ୍ତ ହୋଇ ଆଉ ଚାଲିପାରୁ ନ ଥିଲେ। ତେବେ ଜୀବନ ସଂଗ୍ରାମରେ ଆଗକୁ ବଢ଼ି ଅର୍ଥନୀତିରେ ଡିଗ୍ରୀ ହାସଲ କରିପାରିଛନ୍ତି। ପରେ ୨୦୦୯ରେ ସେ ଅହମଦାବାଦ ଯାଇ ଚାକିରି ଖୋଜି ପାଇବାରେ ସକ୍ଷମ ନ ହେବାରୁ ଅଟୋ ଚଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ପରିବାରର ୭ ଜଣ ସଦସ୍ୟଙ୍କ ଭରଣପୋଷଣ ଦାୟିତ୍ୱ ତାଙ୍କ ଉପରେ ରହିଥିବାରୁ ସେ ଏଭଳି କ୍ଷେତ୍ରରେ ପାଦଥାପିବାକୁ ବାଧ୍ୟ ହୋଇଥିଲେ। ତେବେ ଏବେ ସେ ମାସକୁ ପାଖାପାଖି୨୫,୦୦୦ ଟଙ୍କା ରୋଜଗାର କରୁଛନ୍ତି। ସକାଳ ୧୦ଟାରେ ଅଟୋ ନେଇ ବାହାରି ଯାଉଛନ୍ତି ଓ ଫେରୁଛନ୍ତି ରାତି ୮ଟାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri