ଏଇ ଭାରତରେ

ପ୍ରାଧ୍ୟାପକ ଗଣେଶନ୍‌ ଡି. ରହୁଛନ୍ତି ଚେନ୍ନାଇରେ। ସେ ୨୦୧୭ରେ କୋଡୁଗାଲ ଟ୍ରଷ୍ଟ ପ୍ରତିଷ୍ଠା କରି ତା’ ମାଧ୍ୟମରେ ସ୍ପାରୋ ବା ଘରଚଟିଆଙ୍କ ସୁରକ୍ଷା ଲାଗି କାର୍ଯ୍ୟ କରୁଛନ୍ତି। ଟ୍ରଷ୍ଟ ଦ୍ୱାରା ତିଆରି କାଠବାକ୍ସ ଚେନ୍ନାଇରେ ଲୋକମାନଙ୍କୁ ବାଣ୍ଟି ଘରଚଟିଆଙ୍କ ବଂଶରକ୍ଷା ଲାଗି ଉତ୍ସାହିତ କରିଆସୁଛନ୍ତି। ଗଣେଶନ୍‌ ଚେନ୍ନାଇର ଏସ୍‌ଆରଏମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜିରେ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ସ୍ପାରୋଙ୍କ ପାଇଁ କାର୍ଯ୍ୟ କରୁଥିବାରୁ ଲୋକେ ତାଙ୍କୁ ‘ସ୍ପାରୋ ପ୍ରଫେସର’ ବୋଲି ସମ୍ବୋଧନ କରନ୍ତି। ସେ ୪ର୍ଥରୁ ୮ମ ଶ୍ରେଣୀର ଛାତ୍ରମାନଙ୍କୁ ନେଇ ସ୍ପାରୋ ଓ୍ବାରିୟର ବା ସ୍ପାରୋ ଯୋଦ୍ଧା ଟିମ୍‌ ଗଠନ କରିଛନ୍ତି। ସେମାନଙ୍କୁ ନେଇ ସ୍କୁଲ ଓ ଜନବସତି ଅଞ୍ଚଳରେ ଦୁଇଟି ଘରଚଟିଆ ଅଭୟାରଣ୍ୟ ସୃଷ୍ଟି କରିପାରିଛନ୍ତି। ପିଲାମାନଙ୍କୁ କାଠବାକ୍ସ ତିିଆରି କରିବା ଲାଗି ପ୍ରଶିକ୍ଷଣ ଦେବା ପରେ ସେମାନେ ଏହା ନିର୍ମାଣ କରୁଛନ୍ତି। ଗଣେଶନ ଏବେ ସ୍କୁଲ ଓ ଘରୋଇ ଅଞ୍ଚଳରେ ବସାଇଥିବା ୧୨୫୦ଟି ବାକ୍ସ ମଧ୍ୟରୁ ୯୫୦ଟିରେ ଘରଚଟିଆ ରହିଲେଣି। ୨୦୨୨ ସୁଦ୍ଧା ଚେନ୍ନାଇର ବିଭିନ୍ନ ସ୍ଥାନରେ ୧୦,୦୦୦ ବାଠବାକ୍ସ ବାଣ୍ଟିବାର ଯୋଜନା ରଖିଛନ୍ତି ଗଣେଶନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri