ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଅନେକ ବ୍ୟକ୍ତି ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବାଠାରୁ ଆରମ୍ଭ କରି ଘରେ ପହଞ୍ଚାଇବା ଯାଏ କାର୍ଯ୍ୟ କରିଛନ୍ତି। କିନ୍ତୁ ଏହି ସମୟରେ ସମ୍ପୂର୍ଣ୍ଣ କ୍ଷତି ସହୁଥିତ୍ବା କୃଷକମାନଙ୍କ ପାଇଁ ଠିଆ ହୋଇଥିଲେ ଚଣ୍ଡିଗଡ଼ର ରୁଚିତ ଗର୍ଗ। ଲକ୍‌ଡାଉନ୍‌ରେ ସେ ଦେଶରେ ୨୩ ଲକ୍ଷ କୃଷକଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାରେ ସାହାଯ୍ୟ କରିଛନ୍ତି। ରୁଚିତଙ୍କ ଦ୍ୱାରା ପ୍ରତିଷ୍ଠିତ ଏଗ୍ରୀଟେକ୍‌ ଷ୍ଟାର୍ଟଅପ୍‌ ‘ହାର୍ଭେଷ୍ଟିଂ’ମାଧ୍ୟମରେ ସମସ୍ତ କାର୍ଯ୍ୟ ସଞ୍ଚାଳନ କରାଯାଇଛି। ସେ ହାର୍ଭେଷ୍ଟିଂ ଫାର୍ମର୍‌ ନେଟ୍‌ଓ୍ବର୍କ ନାମକ ଏକ ଟୁଇଟର ଆକାଉଣ୍ଟ ଖୋଲି ଦେଶରେ ଗରିବ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରି କରିବାରେ ସାହାଯ୍ୟ କରିଥିଲେ। ରୁଚିତଙ୍କ ସମେତ ୧୫ ଜଣିଆ ଟିମ୍‌ ଏହି କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। କୃଷକମାନେ ମୋଟରେ ୨୩ ମିଲିୟନ ଡଲାର ମୂଲ୍ୟର କୃଷି ଉତ୍ପାଦ ଏହା ମାଧ୍ୟମରେ ବିକ୍ରି କରିବାକୁ ସକ୍ଷମ ହୋଇଛନ୍ତି। ଏହି କାର୍ଯ୍ୟରେ ରୁଚିତଙ୍କୁ ସରକାରୀ ସଂସ୍ଥା, ଅଣ ଲାଭକାରୀ ସଂଗଠନ ଏବଂ କୃଷକ ସଂଘଗୁଡ଼ିକ ସହଯୋଗର ହାତ ବଢ଼ାଇଥିଲେ। କେବଳ କୃଷକ ନୁହନ୍ତି, ବରଂ କୃଷି ଉତ୍ପାଦ ସଂଗଠନଗୁଡ଼ିକ ବି ଏଥିତ୍ରୁ ଲାଭ ପାଇପାରିଛନ୍ତି। ପ୍ରାୟ ୨୦୦ ପ୍ରକାର ଉତ୍ପାଦକୁ ଫୁଡ୍‌ ପ୍ରୋସେସିଂ କମ୍ପାନୀ, ହୋଟେଲ ଚେନ୍‌, ଫୁଡ୍‌ ରପ୍ତାନିକାରୀମାନେ କିଣିଛନ୍ତି। ବଡ଼ କଥା ହେଲା, କୃଷକମାନେ ୨୦,୦୦୦ କିଲୋ ଅଦା ଦକ୍ଷିଣ ଆଫ୍ରିକାକୁ ରପ୍ତାନି କରିପାରିଛନ୍ତି।