ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଅନେକ ବ୍ୟକ୍ତି ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବାଠାରୁ ଆରମ୍ଭ କରି ଘରେ ପହଞ୍ଚାଇବା ଯାଏ କାର୍ଯ୍ୟ କରିଛନ୍ତି। କିନ୍ତୁ ଏହି ସମୟରେ ସମ୍ପୂର୍ଣ୍ଣ କ୍ଷତି ସହୁଥିତ୍ବା କୃଷକମାନଙ୍କ ପାଇଁ ଠିଆ ହୋଇଥିଲେ ଚଣ୍ଡିଗଡ଼ର ରୁଚିତ ଗର୍ଗ। ଲକ୍‌ଡାଉନ୍‌ରେ ସେ ଦେଶରେ ୨୩ ଲକ୍ଷ କୃଷକଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି କରିବାରେ ସାହାଯ୍ୟ କରିଛନ୍ତି। ରୁଚିତଙ୍କ ଦ୍ୱାରା ପ୍ରତିଷ୍ଠିତ ଏଗ୍ରୀଟେକ୍‌ ଷ୍ଟାର୍ଟଅପ୍‌ ‘ହାର୍ଭେଷ୍ଟିଂ’ମାଧ୍ୟମରେ ସମସ୍ତ କାର୍ଯ୍ୟ ସଞ୍ଚାଳନ କରାଯାଇଛି। ସେ ହାର୍ଭେଷ୍ଟିଂ ଫାର୍ମର୍‌ ନେଟ୍‌ଓ୍ବର୍କ ନାମକ ଏକ ଟୁଇଟର ଆକାଉଣ୍ଟ ଖୋଲି ଦେଶରେ ଗରିବ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରି କରିବାରେ ସାହାଯ୍ୟ କରିଥିଲେ। ରୁଚିତଙ୍କ ସମେତ ୧୫ ଜଣିଆ ଟିମ୍‌ ଏହି କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। କୃଷକମାନେ ମୋଟରେ ୨୩ ମିଲିୟନ ଡଲାର ମୂଲ୍ୟର କୃଷି ଉତ୍ପାଦ ଏହା ମାଧ୍ୟମରେ ବିକ୍ରି କରିବାକୁ ସକ୍ଷମ ହୋଇଛନ୍ତି। ଏହି କାର୍ଯ୍ୟରେ ରୁଚିତଙ୍କୁ ସରକାରୀ ସଂସ୍ଥା, ଅଣ ଲାଭକାରୀ ସଂଗଠନ ଏବଂ କୃଷକ ସଂଘଗୁଡ଼ିକ ସହଯୋଗର ହାତ ବଢ଼ାଇଥିଲେ। କେବଳ କୃଷକ ନୁହନ୍ତି, ବରଂ କୃଷି ଉତ୍ପାଦ ସଂଗଠନଗୁଡ଼ିକ ବି ଏଥିତ୍ରୁ ଲାଭ ପାଇପାରିଛନ୍ତି। ପ୍ରାୟ ୨୦୦ ପ୍ରକାର ଉତ୍ପାଦକୁ ଫୁଡ୍‌ ପ୍ରୋସେସିଂ କମ୍ପାନୀ, ହୋଟେଲ ଚେନ୍‌, ଫୁଡ୍‌ ରପ୍ତାନିକାରୀମାନେ କିଣିଛନ୍ତି। ବଡ଼ କଥା ହେଲା, କୃଷକମାନେ ୨୦,୦୦୦ କିଲୋ ଅଦା ଦକ୍ଷିଣ ଆଫ୍ରିକାକୁ ରପ୍ତାନି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri