ଜଙ୍ଗଲ ନିଆଁ ଓ ଜନ ସହଭାଗିତା

ଘାସିରାମ ପଣ୍ଡା

 

ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ନୂଆ କଥା ନୁହେଁ। ପିଲାବେଳେ ରାତିରେ ଦୂର ପାହାଡ଼ର ନିଆଁ ଦେଖି କ’ଣ ବୋଲି ପଚାରିଲେ ବୟସ୍କ ଲୋକେ ଥଟ୍ଟାରେ ‘ମାଙ୍କଡ଼ ବିହା’ ବୋଲି କହୁଥିଲେ। କହିବାବାହୁଲ୍ୟ ଜଙ୍ଗଲରେ ମାଙ୍କଡ଼ଙ୍କ ବାହାଘର ହେଉଛି ଓ ସେମାନେ ଆଲୁଅ କରିଛନ୍ତି ବୋଲି ଆମେ ବୁଝି ଯାଉଥିଲୁ। ଏହି ଜଙ୍ଗଲ ନିଆଁ ଆପେ ଲିଭୁଥିଲା ନଚେତ୍‌ ଗାଁ ଲୋକେ ଲିଭଉଥିଲେ। ଜଙ୍ଗଲ ବିଭାଗ ପାଖରେ କେବେ ବି ଏତେ ସମ୍ବଳ ଓ ସାମର୍ଥ୍ୟ ନ ଥିଲା ଯେ, ସେମାନେ ଏକା ନିଆଁକୁ ନିୟନ୍ତ୍ରଣ କରିପାରୁଥିଲେ। ହେଲେ ଜଙ୍ଗଲ ପରିଚାଳନାରେ ଲୋକଙ୍କ ଏହି ଯୋଗଦାନକୁ ବିଭାଗ ସର୍ବଦା ଅଣଦେଖା କରି ଆସିଛି। ଯୁଗ୍ମ ଜଙ୍ଗଲ ପରିଚାଳନା ନୀତିରେ ବନବାସୀଙ୍କ ସହଯୋଗ ବିନା ଜଙ୍ଗଲ ସମ୍ପଦର ସଂରକ୍ଷଣ ସମ୍ଭବ ନୁହେଁ ବୋଲି ବିଭାଗୀୟ ସ୍ବୀକାରୋକ୍ତି ରହିଛି। ଏହାସତ୍ତ୍ୱେ ବିଭାଗ କ୍ଷମତା ହସ୍ତାନ୍ତର କରିବାକୁ ନାରାଜ। ଯୁଗ୍ମ ଜଙ୍ଗଲ ପରିଚାଳନାରେ ଗଠିତ ବନ ସଂରକ୍ଷଣ ସମିତିଗୁଡ଼ିକରେ ଗ୍ରାମବାସୀ, ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରାଯାଏ। ହେଲେ ଫରେଷ୍ଟର ଏହାର ସମ୍ପାଦକ ହୋଇ ସବୁ ପ୍ରକାରର ନିୟନ୍ତ୍ରଣ କରନ୍ତି। ଜଣେ ଜଙ୍ଗଲ ବିଭାଗ ସଚିବଙ୍କ ପ୍ରଚେଷ୍ଟାରେ ଏଥିରେ ପରିବର୍ତ୍ତନ କରାଯାଇ ଗ୍ରାମବାସୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ କ୍ଷମତା ପାଇଁ ବିଭାଗ ଏତେ ବ୍ୟାକୁଳ ଥିଲା ଯେ, ସେହି ସଚିବଙ୍କ ବଦଳି ପରେ ପୁଣି ଥରେ ଫରେଷ୍ଟରମାନଙ୍କୁ ସମ୍ପାଦକ କରାଯିବା ପାଇଁ ନୀତିରେ ପରିବର୍ତ୍ତନ କରାଗଲା।
ଆମ ରାଜ୍ୟର ଚାଳିଶ ଭାଗ ଅଞ୍ଚଳ ଆଦିବାସୀବହୁଳ। ଏହି ସବୁ ଅଞ୍ଚଳରେ ହିଁ ବିଶେଷ ଭାବେ ଜଙ୍ଗଲ ରହିଛି। ଜଙ୍ଗଲ ସହ ଲୋକଙ୍କ ଅର୍ଥନୀତି, ସଂସ୍କୃତି, ସାମାଜିକ ବ୍ୟବସ୍ଥା ଓତପ୍ରୋତ ଭାବେ ଜଡ଼ିତ। ସେମାନଙ୍କର ବାର୍ଷିକ ଆୟର ପଚାଶ ପ୍ରତିଶତ ପର୍ଯ୍ୟନ୍ତ ଜଙ୍ଗଲରୁ ଆସେ। ଏଣୁ ଏ ସବୁର ସୁରକ୍ଷା ଓ ପରିଚାଳନା ତଥା ମାଲିକାନା ପାଇଁ ସେହି ଅଞ୍ଚଳର ଗ୍ରାମସଭାକୁ ଦାୟିତ୍ୱ ପ୍ରଦାନପୂର୍ବକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପଞ୍ଚାୟତ ସମ୍ପ୍ରସାରଣ ଆଇନ ପ୍ରଣୟନ କରାଯାଇଛି। ୧୯୯୬ରୁ ଆଦିବାସୀଙ୍କ ହାତରେ ସମ୍ବଳ ପରିଚାଳନା ପାଇଁ ଥିବା ଏହି ଆଇନ ଏବେ ବି ପ୍ରଶାସନିକ ସ୍ବୀକୃତି ପାଉ ନାହିଁ। ଆମ ରାଜ୍ୟର ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲା ସମ୍ପୂର୍ଣ୍ଣ ଓ ସମ୍ବଲପୁର, କେନ୍ଦୁଝର, କନ୍ଧମାଳ, ଗଜପତି, ଗଞ୍ଜାମ, କଳାହାଣ୍ଡି, ବାଲେଶ୍ୱରର ଆଂଶିକ ଅଞ୍ଚଳ ଏହି ଆଇନ ଦ୍ୱାରା ପରିଚାଳିତ। ଏହା ସତ୍ତ୍ୱେ ଜଙ୍ଗଲ ନିଆଁର ନିୟନ୍ତ୍ରଣ ପାଇଁ ହେଉଥିବା ଆର୍ଥିକ ବ୍ୟବସ୍ଥା ବିଷୟରେ ସୂଚିତ କରିବା ବା ନିଆଁ ନିୟନ୍ତ୍ରଣରେ ଗ୍ରାମସଭାକୁ ସାମିଲ କରିବାର କୌଣସି ନଜିର ଏ ଅଞ୍ଚଳରେ ନାହିଁ।
ଆଦିବାସୀ ଓ ଅନ୍ୟାନ୍ୟ ବନବାସୀଙ୍କ ଜଙ୍ଗଲ ଉପରେ ଥିବା ପାରମ୍ପରିକ ଅଧିକାରକୁ ସ୍ବୀକୃତି ଦେବା ପାଇଁ ୨୦୦୬ରେ ଜଙ୍ଗଲ ଅଧିକାର ଆଇନ ପ୍ରଣୀତ ହେଲା। ଏହା ଗ୍ରାମ୍ୟଗୋଷ୍ଠୀକୁ ବ୍ୟବହୃତ ଅଞ୍ଚଳର ପରିଚାଳନା ତଥା ସଂରକ୍ଷଣର ଅଧିକାର ପ୍ରଦାନ କରିଛି। ଏଥି ସହିତ ଜଙ୍ଗଲ ଓ ବନ୍ୟ ପ୍ରାଣୀଙ୍କୁ କ୍ଷତି ନ ହେଲା ଭଳି ସମସ୍ତ ପଦକ୍ଷେପ ନେବାକୁ ଗ୍ରାମସଭାକୁ ଦାୟିତ୍ୱ ସମ୍ପନ୍ନ କରାଯାଇଛି। ଏପରି କି ଜଙ୍ଗଲ ଅଞ୍ଚଳର ପରିଚାଳନା ଯୋଜନା ଗ୍ରାମସଭା ତିଆରି କରିବେ ଓ ସେହି ଅନୁସାରେ ଜଙ୍ଗଲ ବିଭାଗ ନିଜ ଯୋଜନାରେ ପରିବର୍ତ୍ତନ ଆଣିବେ ବୋଲି ଉଲ୍ଲେଖ ରହିଛି। ବନ ସଂରକ୍ଷଣ ସମିତିରେ ଜଙ୍ଗଲ ଉପରେ କେବଳ ବ୍ୟବହାରିକ ଅଧିକାର ଦିଆଯାଇଥିବା ବେଳେ ଜଙ୍ଗଲ ଅଧିକାର ଆଇନ ସମ୍ପୂର୍ଣ୍ଣ ମାଲିକାନା ସ୍ବତ୍ୱ ପ୍ରଦାନ କରିଛି। ଯେଉଁଠି ଲୋକଙ୍କୁ ଏହି ଅଧିକାର ଅନୁଯାୟୀ ଦାୟିତ୍ୱ ମିଳିଛି, ସେଠି ଜଙ୍ଗଲ ସୁରକ୍ଷିତ ରହିଛି। ଶିମିଳିପାଳ ହିଁ ଏହାର ଉଦାହରଣ। ଶିମିଳିପାଳରେ ଯେଉଁ ସବୁ ଅଞ୍ଚଳରେ ଗୋଷ୍ଠୀଗତ ଅଧିକାରର ଶିରୋନାମା ଦିଆଯାଇଛି ଲୋକେ ନିଜ ନିୟନ୍ତ୍ରଣକୁ ଜଙ୍ଗଲକୁ ଆଣିଛନ୍ତି। ସେହିସବୁ ଅଞ୍ଚଳରେ ଜଙ୍ଗଲ ନିଆଁ ଲାଗିଥିଲେ ବି ଲୋକେ ଜଙ୍ଗଲକୁ ପୋଡ଼ିବାରୁ ରକ୍ଷା କରିଛନ୍ତି। ଅପରପକ୍ଷରେ ଯେଉଁ ଗ୍ରାମଗୁଡ଼ିକୁ ବିସ୍ଥାପିତ କରାଯାଇଛି ଓ ଯେଉଁ ସବୁ ଅଞ୍ଚଳ ବନ ବିଭାଗ ନିୟନ୍ତ୍ରଣରେ ଅଛି ତାହା ବନାଗ୍ନି କବଳିତ ହୋଇଛି।
ଜନ ସହଭାଗିତା ବିନା ଏତେ ବଡ ଅଞ୍ଚଳକୁ ଠିକ୍‌ ପରିଚାଳନା କରିବା କଷ୍ଟକର, ଏହା ଜାଣି ବି ବିଭାଗ ଅଜଣା ହେଉଛି। ଲୋକ ଓ ବିଭାଗ ଭିତରେ ବିଶ୍ୱାସ ତୁଟୁଛି। ଲୋକେ ମହୁଲ ଗୋଟେଇବା ବେଳେ ନିଆଁ ଲଗଉଥିବା ଜଙ୍ଗଲ ବିଭାଗ ଅଭିଯୋଗ କରୁଥିବା ବେଳେ ବନୀକରଣ ଓ କେନ୍ଦୁପତ୍ର ଗୋଛା କଟେଇର ଦୁର୍ନୀତିକୁ ଲୁଚେଇବା ପାଇଁ ବିଭାଗର କର୍ମଚାରୀ ନିଆଁ ଲଗଉଥିବାର ଲୋକେ ପାଲଟା ଅଭିଯୋଗ କରନ୍ତି। ହେଲେ ଏକଥା ବୁଝିଯିବା ଦରକାର ଯେ, ଯଦି ଲୋକେ ସମ୍ବଳକୁ ନଷ୍ଟ କରିବାକୁ ଚାହିଁବେ ତେବେ ବିଭାଗ ଯେତେ ବଳ ଖଟେଇଲେ ବି ରକ୍ଷା କରିପାରିବ ନାହିଁ ଏବଂ ଯେଉଁଠି ଲୋକେ ସୁରକ୍ଷା ଦେବା ପାଇଁ ଆଗେଇ ଆସିବେ ସେଠି ବିନା ବ୍ୟୟରେ ସମ୍ବଳର ଠିକ୍‌ ପରିଚାଳନା ସମ୍ଭବ ହେବ। ଏବେ ବିଭାଗକୁ ବାଛିବାକୁ ହେବ ସେମାନେ କେଉଁ ଉପାୟ ଅବଲମ୍ବନ କରିବେ।
ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାର ଆକଳନ ଅନୁଯାୟୀ ରାଜ୍ୟ ତନିଚତୁର୍ଥାଂଶ ଗ୍ରାମ ଜଙ୍ଗଲ ଭିତରେ ବା ଆଖପାଖରେ ଅଛି। ଏ ସମସ୍ତଙ୍କୁ ଜଙ୍ଗଲ ଅଧିକାର ଆଇନ ଅନୁସାରେ ପରିଚାଳନା ଅଧିକାର ମିଳିଲେ ମୋଟ ଜଙ୍ଗଲର ପ୍ରାୟ ଚାଳିଶ ଭାଗ ଅଞ୍ଚଳ ଲୋକଙ୍କ ହାତକୁ ଚାଲିଯିବ। ଏହାଦ୍ୱାରା ଜଙ୍ଗଲ ପରିଚାଳନାରେ ଜନ ସହଭାଗିତା ସୁନିଶ୍ଚିତ କରାଯାଇପାରିବ। ସମ୍ବଳର ପରିଚାଳନାରୁ ଗ୍ରାମ୍ୟ ପାଣ୍ଠି ତିଆରି ଓ ସାମୂହିକ ଉନ୍ନତିର ବାଟ ଫିଟିବ। ବିଜ୍ଞାନର ଅଗ୍ରଗତିରେ ବୈଷୟିକ ଜ୍ଞାନ ପ୍ରୟୋଗ ପୂର୍ବକ ଜଙ୍ଗଲରେ ନିଆଁର ଦୈନିକ ସ୍ଥିତି ଜାଣି ହେଉଛି। ଅଥଚ ମାନସିକତାର ଅଭାବରେ ଲୋକଙ୍କ ସହଯୋଗ ନିଆଯାଇ ନ ପାରି ନିଆଁକୁ ଆୟତ୍ତ କରାଯାଇ ପାରୁନାହିଁ। ଏବେ ଗଠିତ ଟାସ୍କଫୋର୍ସ ଏ ଦିଗ ପ୍ରତି ଦୃଷ୍ଟିଦେବାର ଆଶା କରାଯାଏ।
ସୁବର୍ଣ୍ଣପୁର
ମୋ: ୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?