ଏଇ ଭାରତରେ

ଗଡ଼ିଆ, ସିମେଣ୍ଟ କୁଣ୍ଡ କିମ୍ବା ମାଛ ଚାଷ କରାଯାଉଥିବା ଟାଙ୍କିରେ ମୁକ୍ତାଚାଷ କରାଯିବା ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଛୋଟ ଛୋଟ କାଚଟାଙ୍କିରେ ମୁକ୍ତାଚାଷ କରାଯିବା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିତ୍ବ। କିନ୍ତୁ ଏହା ସତ। ଏମିତି ଚାଷ କରୁଛନ୍ତି ଉତ୍ତରପ୍ରଦେଶର ଜିତେନ୍ଦ୍ର ଚୌଧୁରୀ। ଗାଜିଆବାଦର ମୁରାଦନଗର ଅନ୍ତର୍ଗତ ଖୁରାମପୁର ଗାଁ ନିବାସୀ ଜିତେନ୍ଦ୍ର ୩ ଫୁଟ୍‌ ଲମ୍ବ ଓ ୨.୫ ଫୁଟ୍‌ ଚଉଡ଼ାର କାଚଟାଙ୍କିରେ ଏହି ଚାଷ କରୁଛନ୍ତି। ୫୦ଟି ଶାମୁକା ଏହି ଟାଙ୍କିରେ ରଖାଯାଉଛି। ଗୋଟିଏ ଛୋଟ ଶାମୁକାରୁ ୨ରୁ ୮ଟି ଏବଂ ବଡ଼ ଶାମୁକାରୁ ୨୮ଟି ମୁକ୍ତା ମିଳୁଛି। ଉତ୍ପାଦିତ ମୁକ୍ତାକୁ ସେ ବିଦେଶକୁ ମଧ୍ୟ ରପ୍ତାନି କରୁଛନ୍ତି। ୨୦୦୯ରେ ଜିତେନ୍ଦ୍ର ମୁକ୍ତାଚାଷ ଆରମ୍ଭ କରିଥିଲେ ଓ ଏଥିରେ ୨୦,୦୦୦ ଟଙ୍କା ଖଟାଇଥିଲେ। ରିସର୍କ୍ୟୁଲେଟିଂ ଆକ୍ୱାକଲଚର ସିଷ୍ଟମ( ଆରଏଏସ) ରେ ଏହି ଚାଷ କରୁଛନ୍ତି। ଏହି ପଦ୍ଧତି ସମ୍ପର୍କରେ ସେ ଓଡ଼ିଶାସ୍ଥିତ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଫ୍ରେଶଓ୍ବାଟର ଆକ୍ୱାକଲଚର( ସିଆଇଏଫ୍‌ଏ)ରୁ ପ୍ରଶିକ୍ଷଣ ପାଇଛନ୍ତି। ସେ ମାଛ ଚାଷ କରୁଛନ୍ତି ଓ ମାଛ ଟାଙ୍କିର ପାଣିକୁ ଫିଲଟର କରି ମୁକ୍ତାଚାଷରେ ବ୍ୟବହାର କରିବା ଦ୍ୱାରା ପାଣି ଅପଚୟକୁ ବି ରୋକି ପାରିଛନ୍ତି। କାଚ ଟାଙ୍କିରେ ୫ରୁ ୧୦ ହଜାର ଟଙ୍କା ମଧ୍ୟରେ ମୁକ୍ତାଚାଷ ଆରମ୍ଭ କରାଯାଇପାରିବ ବୋଲି କହନ୍ତି ଜିତେନ୍ଦ୍ର। ଜିତେନ୍ଦ୍ର କମ୍ପ୍ୟୁଟର ଆପ୍ଲିକେଶନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ବି ଏହି ଚାଷ କରୁଛନ୍ତି ଓ ଏଥିରେ ୯୫ ପ୍ରତିଶତ ସଫଳତା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri