ଏଇ ଭାରତରେ

ପଞ୍ଜାବର ଜଣେ ଛତୁଚାଷୀଙ୍କ ବାର୍ଷିକ ଆୟ ବିଷୟରେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଟଣ୍ଡା ଗଁାର ସଞ୍ଜୀବ ସିଂ ବର୍ଷକୁ ୨ ହଜାର ଟନ୍‌ ଛତୁ ଉତ୍ପାଦନ କରି ଆୟ କରୁଛନ୍ତି ୧.୨୫ କୋଟି ଟଙ୍କା। ଏଥିପାଇଁ ତାଙ୍କୁ ପଞ୍ଜାବ ସରକାର ପୁରସ୍କୃତ କରିଛନ୍ତି। ତାଙ୍କୁ ଲୋକେ ଡାକୁଛନ୍ତି ‘ମସରୁମ୍‌ କିଙ୍ଗ୍‌ ଅଫ୍‌ ପଞ୍ଜାବ’ ବା ପଞ୍ଜାବର ଛତୁ ରାଜା। ଏଭଳି ଉପାଧି ପାଇବାକୁ ସେ ଯୋଗ୍ୟ, କାରଣ ସେ ଚାଷରେ କେବଳ ଜୈବିକ ଖତ ଉପଯୋଗ କରୁଛନ୍ତି। ୨୫ ବର୍ଷ ବୟସରୁ ସେ ଛତୁଚାଷ ଆରମ୍ଭ କରିଥିଲେ ତାଙ୍କ ଅଗଣାରେ। ପରେ ଏହାକୁ ବଢାଇ ଏବେ ୧୫୦୦ ବର୍ଗଫୁଟ (ପାଖାପାଖି ୨ ଏକର) ଜମିରେ ଚାଷ କରୁଛନ୍ତି।
ସେ ଏହି ପରିମିତ ଜମିରେ ନିର୍ମିତ କୋଠାଘରେ ଷ୍ଟିଲ ର଼୍ୟାକ ଲଗାଇ ସେଥିରେ ଭର୍ଟିକାଲ ଫାର୍ମିଂ ବ୍ୟବସ୍ଥା କରିଛନ୍ତି। ସଞ୍ଜୀବଙ୍କ ବୟସ ୫୪।୧୯୯୧ରେ ଆରମ୍ଭ କରିଥିବା ଏହି ଛତୁଚାଷ ଉପରେ ଗବେଷଣା କରିବା ସହ ମଞ୍ଜି ପ୍ରସ୍ତୁତ କରିଛନ୍ତି ଓ ପଞ୍ଜାବ ସମେତ ପଡୋଶୀ ରାଜ୍ୟକୁ ଯୋଗାଉଛନ୍ତି। ଭର୍ଟିକାଲ ଫାର୍ମିଂ ପଦ୍ଧତିରେ ଚାଷ କରିବା ଯୋଗୁ ମାତ୍ର ୨ ଏକର ଜମିରୁ ଯେତିକି ଛତୁ ଉତ୍ପାଦନ କରୁଛନ୍ତି ତାହା ପାରମ୍ପରିକ ପଦ୍ଧତିରେ ୨୦୦ ଏକରରୁ ଉତ୍ପାଦନ ହେବ। ସେ ସ୍ଥାନୀୟ ଅଞ୍ଚଳରେ କମ୍‌ ଜମିରୁ ଅଧିକ ଉତ୍ପାଦନ ସମ୍ପର୍କରେ ଅନ୍ୟ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?