ଏଇ ଭାରତରେ

ସମୁଦ୍ର ପତ୍ତନଠାରୁ ୧୪,୦୦୦ ଫୁଟ ଉଚ୍ଚରେ ଚାଷରେ ସଫଳତା ପାଇବା କିଛି କମ୍‌ କଥାନୁହେଁ। ଏଭଳି ସଫଳ ଚାଷୀ ଜଣକ ହେଉଛନ୍ତି ଲଦାଖର ଉର୍ଗେନ ଫନ୍‌ଷ୍ଟୋଗ। ବୟସ ୪୮। ଲେହଠାରୁ ୭୦ କି.ମି. ଦୂର ଜିୟା ଗାଁରେ ତାଙ୍କ ଘର। ୧୨ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ତା’ପରେ ବହୁ କଷ୍ଟରେ ହାଇସ୍କୁଲ ଶିକ୍ଷା ଶେଷ କରି ସେନାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ ବି ପରିବାର ପ୍ରତିପୋଷଣ ପାଇଁ ଚାଷ ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ଚାଷରେ ସଫଳତା ପାଇ ଚାଲିଲେ। ଏବେ ସେ ପାଖାପାଖି ୮ ଏକର ଜମିରେ ୨୦ ପ୍ରକାର ଫସଲ କରୁଛନ୍ତି। ଏଥିରେ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରୁଛନ୍ତି ଗୋଟିଏ ସିଜନ୍‌ରେ। ପରିବା ଚାଷ ଲାଗି ଦୁଇଟି ଗ୍ରୀନ୍‌ ହାଉସ ନିର୍ମାଣ କରିଛନ୍ତି। ସମୁଦ୍ର ପତ୍ତନର ୧୪,୦୦୦ ଫୁଟ ଉଚ୍ଚରେ ଯେଉଁଠି ତାପମାତ୍ରା -୩୦ ଡିଗ୍ରୀ ରହୁଛି ସେଠାରେ ସାଧାରଣ ଜୀବନ କଷ୍ଟକର ହେଉଥିଲେ ବି ଉର୍ଗେନଙ୍କ ପ୍ରୟାସ ଅନେକଙ୍କ ପାଇଁ ପ୍ରେରଣା। ସେ ଛେଳି, ମେଣ୍ଢା ଆଦି ପାଳନ କରି ବର୍ଷକୁ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରୁଛନ୍ତି। ଜିଆଖତ ମଧ୍ୟ ପ୍ରସ୍ତୁତ କରି ତାହାକୁ ଫସଲରେ ବ୍ୟବହାର କରୁଛନ୍ତି ଓ ଖତକୁ ପ୍ୟାକେଟ୍‌ କରି ବିକ୍ରି କରୁଛନ୍ତି। ଏଥିପାଇଁ ତାଙ୍କୁ କୁହାଯାଉଛି ‘ମାଟିର ମଣିଷ’।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri