ଏଇ ଭାରତରେ

ବହୁ ସମୟରେ ଆମ ଦେଶର ଚାଷୀମାନେ ଚାଷର ନୂୂଆ କୌଶଳ ଖୋଜି ସଫଳ ହେବା ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏଇ ଯେମିତି ସଫଳତା ହାସଲ କରିଛନ୍ତି ମହାରାଷ୍ଟ୍ରର କୃଷକ ମକବୁଲ ଶେଖ୍‌। ଲାଟୁରର ନୀଳଗାଁ ନିବାସୀ ମକବୁଲ ୧୦ ଏଚ୍‌ପିର ଏକ ବୁଲେଟ୍‌ ଟ୍ରାକ୍ଟର ତିଆରି କରିଛନ୍ତି। ଏଥିରେ ହଳ କରାଯାଉଛି, ବିହନ ବୁଣାହେଉଛି। ଏହା ଘାସ ବାଛିବା ସହ କୀଟନାଶକ ସିଞ୍ଚନ କରିପାରୁଛି। ଇନ୍ଧନ ଦୃଷ୍ଟିରୁ ବିଚାର କଲେ ଏହା ଅନ୍ୟ ଟ୍ରାକ୍ଟର ତୁଳନାରେ ବହୁତ ପ୍ରଭାବୀ। ଏତେ କାର୍ଯ୍ୟ କରିପାରୁଥିବା ବୁଲେଟ୍‌ ଟ୍ରାକ୍ଟରର ଦାମ ସେ ରଖିତ୍ଛନ୍ତି ୧.୬ ଲକ୍ଷ ଟଙ୍କା। ଛୋଟ ମଡେଲ୍‌ର ଦାମ ରହିଛି ମାତ୍ର ୬୦,୦୦୦ ଟଙ୍କା। ଏହି ଦାମ୍‌ ଏବେ ମାର୍କେଟରେ ଉପଲବ୍ଧ ଟ୍ରାକ୍ଟର ଦାମ୍‌ର ୧୦ ଭାଗରୁ ଭାଗେ। ଲାଟୁର ମରୁଡିପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ୨୦୧୫ରେ ମକବୁଲ ଚାଷ କରି ଘୋର କ୍ଷତିର ସମ୍ମୁଖୀନ ହେବା ପରେ ଖାଦ୍ୟ ଓ ଜଳାଭାବରୁ ତାଙ୍କ ବଳଦ ବିକିଦେଇଥିଲେ। ଏଭଳି ଏକ ସଙ୍କଟ ତାଙ୍କୁ ନୂଆ ଚାଷ ପଦ୍ଧତି ସମ୍ପର୍କରେ ଚିନ୍ତା କରିବାର ସୁଯୋଗ ଆଣିଦେଇଥିତ୍ଲା ଓ ୨୦୧୬ରେ ଏହି ଟ୍ରାକ୍ଟର ତିଆରି କରିବାରେ ଲାଗିଥିତ୍ଲେ। ବୁଲେଟ ଟ୍ରାକ୍ଟରର ପ୍ରଥମ ମଡେଲ ନିର୍ମାଣ କରିବାକୁ ତାଙ୍କୁ ଦୁଇ ବର୍ଷ ଲାଗିଯାଇଥିଲା। ଏଥିରେ ସଫଳ ହେବା ପରେ ଏବେ ସୁଦ୍ଧା ସେ ତାଙ୍କ ଗାଁ ଓ ଆଖପାଖ ଗାଁରେ ୧୪୦ଟି ଟ୍ରାକ୍ଟର ବିକ୍ରି କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri