ଏଇ ଭାରତରେ

ତେଲେଙ୍ଗାନାର ଜଣେ ପୋଲିସ ଅଧିକାରୀଙ୍କ ମହାନତା ଏବେ ସାମ୍‌ନାକୁ ଆସିଛି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ ଏନ୍‌ .ଉଦୟ ରେଡ୍ଡୀ ଆଡିଲାବାଦ ଜିଲା ଜମଡା ଗାଁର ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇଦେଉଛନ୍ତି। ଚକ୍ଷୁ ଚିକିତ୍ସା ଲାଗି ୬୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପଞ୍ଜୀକରଣ କରାଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦୦ ଜଣଙ୍କର ଏବେ ସୁଦ୍ଧା ଚିକିତ୍ସା କରାଯାଇ ସାରିଲାଣି। ପୀଡିତ ଗ୍ରାମବାସୀ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ସକ୍ଷମ ହୋଇ ନ ଥିତ୍ବାରୁ ରେଡ୍ଡୀ ନିଜ ଦରମାରୁ ଏ ବାବଦରେ ବ୍ୟୟ କରୁଛନ୍ତି। ରେଡ୍ଡୀଙ୍କ ପରିବାର ବି ଏଥିପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। ଏହି ଗାଁ ସହରାଞ୍ଚଳରୁ ବିଚ୍ଛିନ୍ନ ହୋଇ ରହିଥିବାରୁ ଲୋକମାନେ ସ୍ବାସ୍ଥ୍ୟସେବା ପାଇବାରେ ବହୁ କଷ୍ଟ ସ୍ବୀକାର କରିଥାନ୍ତି। ନଭେମ୍ବର,୨୦୨୦ରେ ୩୦ ବର୍ଷୀୟ ରେଡ୍ଡୀ ସେଠାକୁ କ୍ଷେତ୍ର ପରିଦର୍ଶନରେ ଯାଇଥିବାବେଳେ ମୋତିଆବିନ୍ଦୁ ଯୋଗୁ ଦୃଷ୍ଟିଶକ୍ତି ହରାଇଥିବା ସେହି ଗାଁର ୨୦ ଜଣଙ୍କ ଚିକିତ୍ସା ପାଇଁ ସୁବିଧା କରିବାକୁ ତାଙ୍କୁ ଜଣେ ଗ୍ରାମବାସୀ ଲିଖିତ ଆବେଦନ କରିଥିଲେ। ପରେ ସେମାନଙ୍କୁ ସେ ଏଭଳି ସେବା ଯୋଗାଇବା ଆରମ୍ଭ କରିଛନ୍ତି। ଗତ ଦୁଇ ମାସ ମଧ୍ୟରେ ମୋଟରେ ୩୦୦ ଜଣ ତାଙ୍କ ଦ୍ୱାରା ଉପକୃତ ହୋଇସାରିଛନ୍ତି। ଦୁର୍ଗମ ଅଞ୍ଚଳର ଅନ୍ୟ ଗାଁଗୁଡିକରେ ମଧ୍ୟ ଚକ୍ଷୁ ରୋଗ ପୀଡିତଙ୍କୁ ଚିହ୍ନଟ କରିବା ଲାଗି ସେ ତାଙ୍କ ଅଭିଯାନ ଜାରି ରଖିତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?