ଏଇ ଭାରତରେ

କୌଣସି ଅପରାଧ କରି ପୋଲିସ ହାତରେ ଧରାପଡ଼ିଲେ ଜେଲଦଣ୍ଡ ଭୋଗିବାକୁ ପଡିଥାଏ। ଏଥିପାଇଁ ସବୁ ବୟସ ବର୍ଗର ବ୍ୟକ୍ତିଙ୍କୁ ଦଣ୍ଡ ମିଳିବାର ଆଇନ ରହିଛି। କିନ୍ତୁ ଏମିତି ଏକ ଘଟଣାକ୍ରମରେ କୁକୁଡ଼ାମାନଙ୍କୁ ବି ଜେଲଦଣ୍ଡ ଭୋଗିବାକୁ ପଡିଛି ତେଲଙ୍ଗାନାରେ। ଏହା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଠାରେ ଗତ ୨୫ ଦିନ ହେଲାଣି ଦୁଇଟି କୁକୁଡ଼ା ଜେଲ୍‌ରେ ବନ୍ଦୀହୋଇ ରହିଛନ୍ତି। ପ୍ରକୃତ କଥା ହେଉଛି, ତେଲଙ୍ଗାନାରେ ମକର ସଂକ୍ରାନ୍ତିରେ କୁକୁଡ଼ା ଲଢ଼େଇ ଭଳି ଏକ କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଲୋକପ୍ରିୟ ହୋଇଥାଏ। କିନ୍ତୁ ଏହି କାର୍ଯ୍ୟକ୍ରମରେ ଅନେକ ସ୍ଥାନରେ ଜୁଆଖେଳ ମଧ୍ୟ ଆୟୋଜନ କରାଯାଇଥାଏ। ଏମିତି ଏକ ସ୍ଥାନରେ କୁକୁଡ଼ା ଲଢ଼େଇକୁ ନେଇ ଜୁଆଖେଳ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରି ୧୦ଜଣଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କଠାରୁ ଏକ ବାଇକ୍‌ ଓ ଦୁଇଟି କୁକୁଡ଼ାକୁ ମଧ୍ୟ ଜବତ କରିଥିଲା। ତେବେ ପୋଲିସ ସମସ୍ତଙ୍କୁ ଜେଲକୁ ପଠାଇଦେଇଥିଲା। ମାତ୍ର କିଛି ଦିନ ପରେ ସମସ୍ତେ ଜାମିନରେ ମୁକୁଳି ଯାଇଥିଲେ। ହେଲେ କୁକୁଡ଼ା ଦୁଇଟି ଜେଲ୍‌ରେ ରହି ଯାଇଥିଲେ। କାହିଁକି ନା କୁକୁଡ଼ା ଦୁଇଟିର ମାଲିକ କିଏ ବୋଲି କେହି ସ୍ବୀକାର କରି ନ ଥିଲେ। ତେଣୁ ବିଚରା କୁକୁଡ଼ା ଦୁଇଟିକୁ ନେଇ ପୋଲିସ କ’ଣ କରିବ ଚିନ୍ତାରେ ପଡ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri