ଏଇ ଭାରତରେ

ସ୍ବାମୀ ପ୍ରେମ ପରିବର୍ତ୍ତନ ୫୦ ବର୍ଷ ମଧ୍ୟରେ ଭାରତର ୨୦୦ ଜିଲାରେ ୨.୫ କୋଟି ଗଛ ଲଗାଇ ସାରିଲେଣି। ଏହି କାର୍ଯ୍ୟ ସେ ୨୦୨୧ରେ ଆରମ୍ଭ କରିଥିଲେ ଏବଂ ଏହା ପଛରେ ଏକ କାରଣ ବି ରହିଛି। ମୁମ୍ବାଇରେ କୋଷ୍ଟାଲ ରୋଡ ନର୍ଥ ପ୍ରୋଜେକ୍ଟରେ ନନା-ନାନୀ ପାର୍କରୁ ୨୫ ବର୍ଷର ୧୮୪ଟି ଅଶ୍ୱତ୍‌ଥ ଗଛ କଟାଯାଇଥିଲା। ଏହିି ପାର୍କରେ କଟାଯାଇଥିବା ଗଛଗୁଡ଼ିକୁ ଦେଖିବା ପରେ ସ୍ବାମୀ ପ୍ରେମ ପରିବର୍ତ୍ତନ ଅଶ୍ୱତ୍‌ଥ ଗଛ ଲଗାଇବା ଆରମ୍ଭ କରିଦେଇଛନ୍ତି। ଅଶ୍ୱତ୍‌ଥ ଗଛ ଲଗାଉଥିବାରୁ ସେ ଏବେ ପିପଲ୍‌ ବାବା ନାମରେ ବେଶ୍‌ ଜଣାଶୁଣା। ଅନେକେ ବି ତାଙ୍କୁ ‘ବୃକ୍ଷ ପିତା’ ବୋଲି ସମ୍ବୋଧନ କରନ୍ତି। ତାଙ୍କ ମତରେ ଗୋଟିଏ ପୁରୁଣା ଅଶ୍ୱତ୍‌ଥ ଗଛ କାଟିବା ଦ୍ୱାରା ହେଉଥିବା କ୍ଷତି ୪୦୦ ଛୋଟଗଛ କରିପାରିବେ ନାହିଁ। ଏଣୁ ପୁରୁଣା ଅଶ୍ୱତ୍‌ଥ ଗଛର ସୁରକ୍ଷା କରାଯିବା ଉଚିତ ବୋଲି କହନ୍ତି ପିପଲ୍‌ ବାବା। ୧୯୭୭ରେ ତାଙ୍କୁ ୧୧ ବର୍ଷ ବୟସ ହୋଇଥିବା ବେଳେ ଗଛ ଲଗାଇବା ଆରମ୍ଭ କରିଥିଲେ। ଶିକ୍ଷାପ୍ରାପ୍ତି ପରେ ଜଣେ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଥିଲେ ବି ଜୀବନର ଗତିପଥ ଭିନ୍ନ ମୋଡ଼ ନେଇଥିଲା। ସେ ‘ଗିଭ୍‌ ମି ଟ୍ରିଜ୍‌ ଟ୍ରଷ୍ଟ’ ଗଠନ କରି ଗଛ ଲଗାଇବା ଆରମ୍ଭ କରିଦେଇଥିଲେ।