ଏଇ ଭାରତରେ

ତ୍ରିପୁରାର ୧୫ ଓ୍ବାର୍ଡବିଶିଷ୍ଟ ଛୋଟ ସହର ଖୋଓ୍ବାଇ। ଏହି ସହରରେ ପିଙ୍କି କରଦେବ ୯ ବର୍ଷ ଧରି ଏକାକୀ ସକାଳୁ ଖାଲିହାତରେ କେବଳ ତାଙ୍କ ଓ୍ବାର୍ଡ ସଫା କରୁଥିଲେ। ସେତେବେଳେ ତାଙ୍କୁ ଲୋକେ କଚରାଓ୍ବାଲୀ ବୋଲି କହୁଥିଲେ। ଏବେ ସେ ଏକ ସୋସାଇଟି ଦ୍ୱାରା ବର୍ଜ୍ୟ ପରିଚାଳନା କରୁଛନ୍ତିି। ସୋସାଇଟିକୁ ବର୍ଜ୍ୟ ସଂଗ୍ରହ କାର୍ଯ୍ୟରେ ଖୋଓ୍ବାଇ ମ୍ୟୁନିସିପାଲିଟି ସହଯୋଗ କରୁଛି। ୨୦୨୬ରେ ଖୋଓ୍ବାଇର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ନିର୍ମଳ କୁମାର ଖୋଓ୍ବାଇ ‘ଓ୍ବେଷ୍ଟ ଟୁ ଓ୍ବେଲ୍‌ଥ’ ପ୍ରଡ୍ୟୁସର ସୋସାଇଟିି ଗଠନ କରଥିଲେ। ସୋସାଇଟିରେ ସଦସ୍ୟ ଥିବା ୧୦୦ ମହିଳା ପ୍ରତିଦିନ ସକାଳୁ ବିଭିନ୍ନ ଓ୍ବାର୍ଡର ପ୍ରତ୍ୟେକ ଘରୁ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ଏମାନଙ୍କୁ ଦିଦି ବୋଲି ସମ୍ବୋଧନ କରାଯାଉଛି। ବର୍ଜ୍ୟକୁ ଓ୍ବାର୍ଡ ସେଣ୍ଟରରେ ପ୍ୟାକିଂ କରାଯିବା ପରେ ଆଞ୍ଚଳିକ ଓ୍ବେଷ୍ଟ ସେଣ୍ଟରକୁ ପଠାଯାଏ। ସହରର ପ୍ରତ୍ୟେକ ପରିବାର ବର୍ଜ୍ୟକୁ ପୃଥକ୍‌ କରି ରଖନ୍ତି। ଏହା ବ୍ୟତୀତ ଉଠା ଦୋକାନୀଙ୍କୁ ବର୍ଜ୍ୟ ରଖିବା ଲାଗି ଡବା ଯୋଗାଇ ଦିଆଯାଇଛି। ଏହି ଉପାୟରେ ସୋସାଇଟି ତରଫରୁ ପ୍ରତିଦିନ ୧,୫୦୦ କେଜି ଶୁଖିଲା ଓ ୩୦୦ କେଜି ଓଦା ବର୍ଜ୍ୟ ସଂଗ୍ରହ କରାଯାଉଛି। ବର୍ଜ୍ୟକୁ ରିସାଇକେଲ କେନ୍ଦ୍ରକୁ ପଠାଯାଇ ସେଥିରୁ ଖତ ପ୍ରସ୍ତୁତ କରାଯାଉଛି।