ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା ମାତ୍ର ୩ ଦିନର ଭଉଣୀ। ଦିଲ୍ଲୀର ଏକ ବସ୍ତିରେ ଏହି ଅସହାୟ ଭଉଣୀଭାଇଙ୍କୁ ସମ୍ପର୍କୀୟମାନେ ପାଳିିପୋଷି ବଡ଼ କଲେ। ଦେବେନ୍ଦ୍ର ୮ ବର୍ଷ ବୟସରେ ରାସ୍ତାରେ ବେଲୁନ୍‌ ବିକି ରୋଜଗାର କଲେ। ସମୟକ୍ରମେ ଜୀବନ ଜୀବିକାର ସୁରକ୍ଷା ନିଶ୍ଚିତ କରିବା ସକାଶେ ଏକ ସ୍ବେଚ୍ଛାସେବୀ ଭାବେ କାମ ଆରମ୍ଭ କରିଥିଲେ। ଏଠାରେ ତାଙ୍କୁ ଜନସେବକ ହେବାର ପ୍ରେରଣା ମିଳିଥିଲା। ପରେ ୨୦୧୦ରେ ସେ ଲାଡ୍‌ଲି ଫାଉଣ୍ଡେଶନ ଗଠନ କରି ବିପଜ୍ଜନକ ସ୍ଥିତିରେ ରହୁଥିବା ଝିଅ ଓ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ କାମ ଆରମ୍ଭ କରିଥିଲେ। ଏହି ସଂସ୍ଥା ବାଲ୍ୟ ବିବାହ ରୋକିବା ସହ ବାଳିକା ଶିକ୍ଷା ଉପରେ କାମ କରୁଛି। ଦେବେନ୍ଦ୍ରଙ୍କ ସ୍ତ୍ରୀ ପାଙ୍ଖୁରୀ ସିଂଘଲ ଏହି କାର୍ଯ୍ୟରେ ଦେବେନ୍ଦ୍ରଙ୍କୁ ସହଯୋଗ କରୁଛନ୍ତି। ଲାଡ୍‌ଲି ଫାଉଣ୍ଡେଶନ ମାଧ୍ୟମରେ ସେ ଲକ୍ଷାଧିକ ପିଲାଙ୍କୁ କମ୍ପୁଟର ଓ ଧନ୍ଦାମୂଳକ ଶିକ୍ଷା ଦେଇସାରିଲାଣି।

 

Dharitri – Odisha’s No.1 Odia Daily