ଏଇ ଭାରତରେ

ପାନୀୟ ଜଳ ସଙ୍କଟ ଦୂର କରିବା ସହ ଜଳ ସେଚନର ବିକାଶ ପାଇଁ ଝାଡ଼ଖଣ୍ଡର ଅଜୟ ଶର୍ମା ଯାହା କରୁଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଖୁଣ୍ଟି ଜିଲାରେ ସେ ଅଖାରେ ବାଲି,ମାଟି ଓ ଘାସ ଭର୍ତ୍ତି କରି ସେଥିରେ ଆଡ଼ିବନ୍ଧ ନିର୍ମାଣ କରୁଛନ୍ତି,ଯାହା ଦ୍ୱାରା ଏହି ଅଞ୍ଚଳରେ ଜଳ ସଙ୍କଟ ସମ୍ପୂର୍ଣ୍ଣ ଦୂର ହେବା ସହ ଜଳସେଚନର ଲାଭ କୃଷକମାନେ ପାଉଛନ୍ତି। ଖୁଣ୍ଟି ଜିଲାର ୭୦ଟି ଗାଁରେ ପ୍ରାୟ ୮,୦୦୦ କୃଷକ ଏହାଦ୍ୱରା ଉପକୃତ ହେଉଛନ୍ତି। ଖୁଣ୍ଟି ଜିଲାର ବହୁ ଗ୍ରାମରେ ଦୀର୍ଘ ବର୍ଷ ହେବ ଜଳ ସଙ୍କଟ ଲାଗି ରହିଥିଲା। ଏପରିକି ଲୋକମାନେ ପିଇବା ଓ ଗାଧୋଇବା ଲାଗି ପାଣି ପାଉ ନଥିଲେ। ଛୋଟ ନଈ, ଝରଣା ଓ ନାଳୀରେ ସରକାର କଂକ୍ରିଟ ଆଡ଼ିବନ୍ଧ ନିର୍ମାଣ କରିଥିଲେ ବି ସେଗୁଡ଼ିକ ପ୍ରଖର ସ୍ରୋତରେ ନଷ୍ଟ ହୋଇଯାଉଥିଲା। କିନ୍ତୁ ୨୦୧୮ରେ ଅଜୟ ସଓ୍ବୋ ଓ୍ବେଲ୍‌ଫେୟାର ଏନ୍‌ଜିଓ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହିସବୁ ଆଡିବନ୍ଧ ନିର୍ମାଣ ଆରମ୍ଭ କରିଥିଲେ। ସବୁଠୁ ବଡ ଆଡ଼ିବନ୍ଧର ଲମ୍ବ ୮୦ ଫୁଟ୍‌। ପ୍ରଥମେ ସେ ୨୦୦୦ ଟଙ୍କା ସଂଗ୍ରହ କରି ପ୍ରଥମ ଆଡ଼ିବନ୍ଧ ନିର୍ମାଣ କରିବା ପରେ ତାଙ୍କୁ ଅନୁଦାନ ମିଳିବାରେ ଲାଗିଲା। ଏହାକୁ ଉପଯୋଗ କରି ଆଡ଼ିବନ୍ଧ ନିର୍ମାଣ କରି ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri