ଏଇ ଭାରତରେ

ଚେନ୍ନାଇର ମୟାବତୀଙ୍କ ବୟସ ଏବେ ୨୬, ହେଲେ ତାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରେରଣାଦାୟକ। ସେ ଷ୍ଟେଶନରେ ବହି ପଢ଼ିବା ଲାଗି ଲୋକଙ୍କୁ ସହଯୋଗ କରୁଛନ୍ତି। ବିଶେଷକରି ସେ ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ ଏବଂ ତାମ୍ବାରାମ ରେଲଓ୍ବେ ଷ୍ଟେଶନରେ ବୁକ୍‌ ଭେଣ୍ଡିଂ ମେଶିନ ବସାଇଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସନ୍‌ସେଟ୍‌ ହ୍ୟୁଜ୍‌’ ମାଧ୍ୟମରେ ସେ ଏହି କାର୍ଯ୍ୟ କରୁଛନ୍ତି। ମୟାବତୀ ବ୍ୟାଙ୍କିଂ ଛାଡ଼ି ଏଥିରେ ସମୟ ଦେଇଛନ୍ତି। ଏହାଦ୍ୱାରା ଟ୍ରେନ୍‌ଯାତ୍ରା ସମୟରେ ସେ ଲୋକମାନଙ୍କୁ ବିଭିନ୍ନ ବହି ପଢ଼ି ଆନନ୍ଦ ଉଠାଇବାରେ ସାହାଯ୍ୟ କରୁଛନ୍ତି। ୫୦ରୁ ଊର୍ଦ୍ଧ୍ୱ ଶୀର୍ଷକ ପିଲାଙ୍କ କଲରିଂ ବହିଠାରୁ ଆରମ୍ଭକରି ଆକ୍ଟିଭିଟି ବୁକ୍ସ ସହିତ ବିଭିନ୍ନ ଗଳ୍ପ ଓ ବାସ୍ତବ ବିଷୟଆଧାରିତ ବହି ସମ୍ପର୍କରେ ଅନ୍‌ଲାଇନ୍‌ ଚୟନର ବ୍ୟବସ୍ଥା ରହିଛି ଏହି ମେଶିନରେ। ପ୍ରତି ବହିର ଦାମ୍‌ ୩୦୦ ଟଙ୍କାରୁ କମ୍‌ ରହିଛି। ପ୍ରତ୍ୟେକସ୍ତରରେ ମେଶିନ ୟୁଜରଙ୍କୁ ମାର୍ଗଦର୍ଶନ କରୁଛି ଏବଂ ବହି ବିତରଣରେ ବିଫଳ ହେଲେ ସେନ୍‌ସର ତୁରନ୍ତ ସମାଧାନ କରି ମୂଲ୍ୟ ଫେରାଇ ଦେଉଛି କିମ୍ବା ତା’ ବଦଳରେ ଅନ୍ୟ ବହି ଦେବାରେ ସହଯୋଗ କରୁଛି। ଏହି ଦୁଇ ଷ୍ଟେଶନରେ ଲୋକେ ବହି ପଢ଼ିବାରେ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri