ଏଇ ଭାରତରେ

ଚେନ୍ନାଇର ମୟାବତୀଙ୍କ ବୟସ ଏବେ ୨୬, ହେଲେ ତାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରେରଣାଦାୟକ। ସେ ଷ୍ଟେଶନରେ ବହି ପଢ଼ିବା ଲାଗି ଲୋକଙ୍କୁ ସହଯୋଗ କରୁଛନ୍ତି। ବିଶେଷକରି ସେ ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ ଏବଂ ତାମ୍ବାରାମ ରେଲଓ୍ବେ ଷ୍ଟେଶନରେ ବୁକ୍‌ ଭେଣ୍ଡିଂ ମେଶିନ ବସାଇଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସନ୍‌ସେଟ୍‌ ହ୍ୟୁଜ୍‌’ ମାଧ୍ୟମରେ ସେ ଏହି କାର୍ଯ୍ୟ କରୁଛନ୍ତି। ମୟାବତୀ ବ୍ୟାଙ୍କିଂ ଛାଡ଼ି ଏଥିରେ ସମୟ ଦେଇଛନ୍ତି। ଏହାଦ୍ୱାରା ଟ୍ରେନ୍‌ଯାତ୍ରା ସମୟରେ ସେ ଲୋକମାନଙ୍କୁ ବିଭିନ୍ନ ବହି ପଢ଼ି ଆନନ୍ଦ ଉଠାଇବାରେ ସାହାଯ୍ୟ କରୁଛନ୍ତି। ୫୦ରୁ ଊର୍ଦ୍ଧ୍ୱ ଶୀର୍ଷକ ପିଲାଙ୍କ କଲରିଂ ବହିଠାରୁ ଆରମ୍ଭକରି ଆକ୍ଟିଭିଟି ବୁକ୍ସ ସହିତ ବିଭିନ୍ନ ଗଳ୍ପ ଓ ବାସ୍ତବ ବିଷୟଆଧାରିତ ବହି ସମ୍ପର୍କରେ ଅନ୍‌ଲାଇନ୍‌ ଚୟନର ବ୍ୟବସ୍ଥା ରହିଛି ଏହି ମେଶିନରେ। ପ୍ରତି ବହିର ଦାମ୍‌ ୩୦୦ ଟଙ୍କାରୁ କମ୍‌ ରହିଛି। ପ୍ରତ୍ୟେକସ୍ତରରେ ମେଶିନ ୟୁଜରଙ୍କୁ ମାର୍ଗଦର୍ଶନ କରୁଛି ଏବଂ ବହି ବିତରଣରେ ବିଫଳ ହେଲେ ସେନ୍‌ସର ତୁରନ୍ତ ସମାଧାନ କରି ମୂଲ୍ୟ ଫେରାଇ ଦେଉଛି କିମ୍ବା ତା’ ବଦଳରେ ଅନ୍ୟ ବହି ଦେବାରେ ସହଯୋଗ କରୁଛି। ଏହି ଦୁଇ ଷ୍ଟେଶନରେ ଲୋକେ ବହି ପଢ଼ିବାରେ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri