ମାତ୍ର ୮୦ ବର୍ଗଫୁଟର ଘରେ ମାଇକ୍ରୋଗ୍ରୀନ ଚାଷ କରି ମାସକୁ ୫ ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି ପୂର୍ବତନ ବ୍ୟାଙ୍କ କର୍ମଚାରୀ ଅଜୟ ଗୋପୀନାଥ। ମାଇକ୍ରୋଗ୍ରୀନ୍ (ବିଭିନ୍ନ ଶସ୍ୟର ମଞ୍ଜିରୁ ଗଜା ହେବା ପରେ କଅଁଳ ଅବସ୍ଥାର ଛୋଟ ଗଛ)କୁ ବିଶେଷ କରି ସାଲାଡ, ଶୁପ, ସାଣ୍ଡଓ୍ବିଚ ଇତ୍ୟାଦିରେ ପୌଷ୍ଟିକ ଗୁଣ, ସ୍ବାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ। ଏଣୁ ଏହାର ଚାହିଦା ଅଧିକ । ଏ ଦୃଷ୍ଟିରୁ ଅଜୟ କମ୍ ଜାଗାରେ ବୈଜ୍ଞାନିକ ପଦ୍ଧତିରେ ଘର ଭିତରେ ବିନା ମାଟି ଓ ସୂର୍ଯ୍ୟାଲୋକରେ ଚାଷ କରି ଅଧିକ ଲାଭ ପାଇପାରୁଛନ୍ତି । ସେ ‘ଗୋ ଗ୍ରୀନ’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହାର ବ୍ୟବସାୟ କରୁଛନ୍ତି। ଘର ଭିତର ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ତଳେ ରହୁଛି ଏବଂ ଆର୍ଦ୍ରତା ୪୦ରୁ ୬୦ ପ୍ରତିଶତ ମଧ୍ୟରେ ରଖାଯାଇ ଚାଷ କରାଯାଉଛି। ଅଜୟ ସିଟିଗ୍ରୁପର କର୍ମଚାରୀ ଥିଲେ ଏବଂ ତାହାକୁ ଛାଡ଼ି ୨୦୧୭ରେ ମାଇକ୍ରୋଗ୍ରୀନ ଚାଷ ପରୀକ୍ଷା ଭିତ୍ତିରେ ଆରମ୍ଭ କରିଥିେଲେ। ପରେ ଭାରତ ଏବଂ ଇଂଲଣ୍ଡର ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ଚାଷକୁ ଆଗକୁ ବଢ଼ାଇ ସଫଳତା ପାଇପାରିଛନ୍ତି। ଏବେ ୧୫ ପ୍ରକାର ମାଇକ୍ରୋଗ୍ରୀନ୍ ଚାଷ କରି ୫ ଲକ୍ଷ ଟଙ୍କାର ବ୍ୟବସାୟ କରି ଯଥେଷ୍ଟ ଲାଭ ପାଇପାରୁଛନ୍ତି।


