ଏଇ ଭାରତରେ

ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଶିକ୍ଷା ଲାଭ କରି ଜଣେ କନ୍‌ଷ୍ଟେବଲ ଭାବେ ଚାକିରି କରୁଛନ୍ତି ଦିଲ୍ଲୀର ଥାନ୍‌ ସିଂ। ଚାକିରିର ବ୍ୟସ୍ତତା ଭିତରୁ ସମୟ ବାହାର କରି ସେ ବସ୍ତି ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ଏଥିପାଇଁ ସେ ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ପାର୍କିଂ ସ୍ଥାନ ନିକଟସ୍ଥ ସାଇ ମନ୍ଦିରରେ ଏକ ପାଠଶାଳା ଖୋଲିଛନ୍ତି। ଥାନ୍‌ ସିଂ ଡ୍ୟୁଟି କରିବା ସମୟରେ ବସ୍ତି ପିଲାମାନେ ରାସ୍ତାରେ ପାଣିବୋତଲ ବିକିବା, ଜରି ଗୋଟାଇବା ଭଳି କାମ କରୁଥିବା ଦେଖିବା ପରେ ସେ ସେମାନଙ୍କୁ ପଢ଼ାଇବା ଲାଗି ନିଷ୍ପତ୍ତି ନେଇଥିଲେ । କାରଣ ତାଙ୍କ ପିଲାଦିନ ବି ବସ୍ତିରେ ବହୁ କଷ୍ଟରେ କଟିଥିଲା। ଥାନ୍‌ଙ୍କ ଜନ୍ମ ରାଜସ୍ଥାନର ଭରତପୁରରେ। ସେ ତାଙ୍କ ପରିବାର ସହ ଆସି ଦିଲ୍ଲୀର ଏକ ବସ୍ତିରେ ରହୁଥିଲେ। ତାଙ୍କ ପିତା ପୋଷାକ ଇସ୍ତ୍ରି କରି ଯାହା ରୋଜଗାର କରୁଥିଲେ ସେଥିରେ ସେମାନେ କଷ୍ଟରେ ଚଳୁଥିଲେ। ଏପରିକି ଥାନ୍‌ଙ୍କୁ ବି ମକା ବିକି ରୋଜଗାର କରିବାକୁ ପଡ଼ିଥିଲା। ଅନ୍ୟ କୌଣସି ବସ୍ତି ପିଲାଙ୍କ ଭାଗ୍ୟରେ ଏହା ନ ଜୁଟୁ ତାହା ବିଚାର କରି ୨୦୧୫ରେ ସେ ୫ ଜଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ବିଭିନ୍ନ ବସ୍ତିରୁ ୮୦ ଜଣ ପିଲା ପାଠଶାଳାକୁ ଆସୁଛନ୍ତି। ଥାନ୍‌ଙ୍କ ଏହି ସ୍କୁଲର ସକାରାମତ୍କ ପ୍ରଭାବ ଏବେ ସ୍ପଷ୍ଟ ହୋଇଛି। ପିଲାମାନେ ରାସ୍ତାରେ ବୁଲି ଜିନିଷ ବିକିବା ପରିବର୍ତ୍ତେ ସ୍କୁଲକୁ ଆସୁଛନ୍ତି। ଏହାଦ୍ୱାରା ସେମାନେ ନିଶା ଓ ଅପରାଧ ଦୁନିଆରୁ ଦୂରେଇ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri