ଏଇ ଭାରତରେ

ବୟସ ୮୨। ତଥାପି କର୍ମଚଞ୍ଚଳ ଜୀବନର ଦୃଷ୍ଟାନ୍ତ ସାଜିଛନ୍ତି ତାମିଲନାଡୁର ଧନାମ ପଟି। ସେ ଗୋଟିଏ ଇଡ୍‌ଲିକୁ ୨ ଟଙ୍କାରେ ବିକ୍ରି କରୁଛନ୍ତି। ଧନାମ ରହନ୍ତି ପୁଡୁକୋଟ୍ଟାଇରେ। ସେଇଠି ଦେଖିବାକୁ ମିଳେ ତାଙ୍କ ଇଡ୍‌ଲି ଦୋକାନ। ମାଟି ଘରେ ଚାଲିଛି ଏହି ଦୋକାନ। ଏଠାରେ ଚେୟାର କିମ୍ବା ଟେବୁଲ ନାହିଁ। କିନ୍ତୁ ଲୋକେ ଆଦରରେ ପେଟେ ଇଡ୍‌ଲି, ସମ୍ବର ଓ ଚଟ୍‌ନି ଖାଇ ତୃପ୍ତ ହେଉଛନ୍ତି। ଧମାନ ପ୍ରଥମେ ୧୯୮୦ ଦଶକରେ ୩ ପଇସାରେ ଇଡ୍‌ଲି ବିକ୍ରି ଆରମ୍ଭ କରିଥିଲେ। ଚାରି ବର୍ଷ ପୂର୍ବେ ବି ଗୋଟିଏ ଇଡ୍‌ଲିକୁ ୧ ଟଙ୍କାରେ ବିକ୍ରି କରୁଥିଲେ ଓ ଏବେ ଏହା ୨ ଟଙ୍କା ହୋଇଛି। ସକାଳ ୭ଟା ସୁଦ୍ଧା ଇଡ୍‌ଲି ପ୍ରସ୍ତୁତ ହୋଇଯାଏ। ତା’ପରେ କପେ ଚା’ପିଇ ଦୋକାନରେ ସେ ବସିଯାଆନ୍ତି । ଧନାମଙ୍କର ଦୁଇ ସନ୍ତାନ ଅଛନ୍ତି। ତାଙ୍କ ସ୍ବାମୀ ରୋଗଗ୍ରସ୍ତ ହୋଇପଡ଼ିବାରୁ ପରିବାର ଚଳାଇବା ଲାଗି ସେ ଏହି ଇଡ୍‌ଲି ବିକ୍ରି ଆରମ୍ଭ କରିଥିଲେ। ଏଥିତ୍ରେ କମ୍‌ ଲାଭ ହେଉଥିଲେ ବି ସେଥିରେ ଦୋକାନ ଚଳାଇ ପରିବାର ପ୍ରତିପୋଷଣ କଷ୍ଟ ହୋଇପଡ଼ୁଛି, ତଥାପି ଧମାନ ଲୋକଙ୍କୁ କମ୍‌ ମୂଲ୍ୟରେ ଖୁଆଇବାରେ ଆନନ୍ଦିତ ହେଉଛନ୍ତି।