ଏଇ ଭାରତରେ

ସାଫ୍ରୋନ ବା କେଶର ଚାଷ କଥା ଉଠିଲେ କଶ୍ମୀର ମନେପଡ଼େ। ଏହି ଚାଷ ଏବେ ଭାରତର ଅନ୍ୟ ଅଞ୍ଚଳରେ ସମ୍ଭବ ହୋଇପାରୁଛି। ସବୁଠୁ ବଡ଼ କଥା ହେଉଛି, ଏହାକୁ ଘରେ ବି ଚାଷ କରାଯାଇପାରୁଛି, ଯାହା ପ୍ରମାଣ କରିଛନ୍ତି ନୋଏଡାର ରମେଶ ଗେର୍‌। ସେ ୧୦୦ ବର୍ଗଫୁଟ ରୁମ୍‌ରେ ଏକ ଗ୍ରୀନ୍‌ ହାଉସ ନିର୍ମାଣ କରି କେଶର ଚାଷ ଉପଯୋଗୀ ପରିବେଶ ସୃଷ୍ଟି କରିଛନ୍ତି। ମୋଟରେ ଏଥିରେ ସେ ୪ରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ଏହି ଚାଷରୁ ମାସକୁ ୩.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ଏତିକି ନୁହେଁ ରମେଶ ଅନ୍‌ଲାଇନରେ କେଶର ଚାଷ ସମ୍ପର୍କରେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଦୁଇଦିନିଆ ଅନ୍‌ଲାଇନ ପ୍ରଶିକ୍ଷଣ ପାଇଁ ସେ ୧୨,୦୦୦ ଟଙ୍କା ନେଉଛନ୍ତି। ରମେଶ ଏନ୍‌ଆଇଟି କୁରୁକ୍ଷେତ୍ରରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଅନେକ ବହୁଦେଶୀୟ କମ୍ପାନୀରେ କାମ କରିଛନ୍ତି। ୨୦୦୨ରେ ଦକ୍ଷିଣ କୋରିଆ ଗସ୍ତ ସମୟରେ ସେ ସାଫ୍ରୋନ ଚାଷ ସମ୍ପର୍କରେ ଶିକ୍ଷା ଲାଭ କରିଥିଲେ। ୧ କେ.ଜି. ସାଫ୍ରୋନର ହୋଲ୍‌ସେଲ ମୂଲ୍ୟ ୨.୫ ଲକ୍ଷ ଟଙ୍କା ଓ ଖୁଚୁରା ବଜାରରେ ଏହାକୁ ସେ ୩ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି।