ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ ୨୦୨୩ରେ ଦିଲ୍ଲୀରେ ରହି ମାଗଣାରେ ୟୁପିଏସ୍‌ସି ଆଶାୟୀଙ୍କୁ କୋଚିଂ ଦେଉଛନ୍ତି। ରବି ଯୁପିଏସ୍‌ସିରେ କୃତକାର୍ଯ୍ୟ ହୋଇ ଆଇଆର୍‌ଏସ ଅଧିକାରୀ ଭାବେ ଚାକିରିରେ ଯୋଗ ଦେଇଥିଲେ। ସେଥିରେ ୧୦ ବର୍ଷ ଚାକରି ପରେ ଏବେ ଏହି କାର୍ଯ୍ୟରେ ଲାଗିଛନ୍ତି। ରବି ଅନ୍‌ଲାଇନ ମେଣ୍ଟରଶିପ୍‌ ପ୍ରୋଗ୍ରାମ ଆରମ୍ଭ କରି ୟୁପିଏସ୍‌ସି ଆଶାୟୀଙ୍କୁ ପରୀକ୍ଷା ପ୍ରସ୍ତୁତିର ମାର୍ଗଦର୍ଶନ ଦେଉଛନ୍ତି। ସେ କଷ୍ଟୋମର ରିଲେସନଶିପ ମ୍ୟାନେଜମେଣ୍ଟ (ସିଆର୍‌ଏମ୍‌) ଦ୍ୱାରା ଏହି ପ୍ରକ୍ରିୟାକୁ ସଞ୍ଚାଳନ କରୁଛନ୍ତି। ଗତ ବର୍ଷ ତାଙ୍କଠାରୁ କୋଚିଂ ନେଇଥିବା ୭ ଜଣ ୟୁପିଏସ୍‌ସିରେ ପରୀକ୍ଷାରେ କୃତକାର୍ଯ୍ୟ ହେଇଥିଲେ। ଚଳିତ ବର୍ଷ ୨୦ ଜଣ ସଫଳ ହେବେ ବୋଲି କୁହନ୍ତି ରବି। ସେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ। ପଢ଼ା ସମୟରେ ସେ କୋଚିଂ ନେବାରେ ଆଥିର୍କ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇପାରିଥିଲେ। ଏଣୁ ସେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ତଥା ଅନ୍ୟ ଆଶୟୀମାନଙ୍କୁ ମାଗଣାରେ କୋଚିଂ ଦେବାକୁ ନିଷ୍ପତ୍ତି ନେଇ ଚାକିରି ଛାଡ଼ିଦେଇଥିଲେ।