ଏଇ ଭାରତରେ

ଛତିଶଗଡ଼ର ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ବିଗତ ଦିନରେ ଶିକାରୀ ଓ ଜବରଦଖଲକାରୀଙ୍କ ଚରାଭୂଇଁ ଥିଲା। ଏବେ କିନ୍ତୁ ସେମାନଙ୍କ କବଳରୁ ଏହି ଅଭୟାରଣ୍ୟ ମୁକ୍ତ ହେବାରେ ଲାଗିଛି। ଜଣେ ବନ ଅଧିକାରୀଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଆଇଏଫ୍‌ଏସ୍‌ ଅଧିକାରୀ ବରୁଣ ଜୈନ ଏହି ସଂରକ୍ଷିତ ଜଙ୍ଗଲରେ ଉପ ନିର୍ଦ୍ଦେଶକ ଭାବେ ଫେବୃୟାରୀ ୨୦୨୨ରେ ଦାୟିତ୍ୱ ନେବା ପରେ ଜାଣିବାକୁ ପାଇଥିଲେ ଯେ ଅନେକ ଶହ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ଅଛି। ଏହା ବ୍ୟତୀତ ୩୦,୦୦୦ରୁ ଊର୍ଦ୍ଧ୍ୱ ଗଛ କଟାଯାଇ ଘର ତିଆରି କରାଯାଇଛି। ପରେ ଜବରଦଖଲ ସମ୍ପର୍କିତ ତଥ୍ୟ ସାଟେଲାଇଟ ଜରିଆରେ ଜାଣିବା ପରେ ଏବେ ସୁଦ୍ଧା ସେ ୨୦୦ରୁ ଅଧିକ ଜବରଦଖଲକାରୀଙ୍କୁ ସାବାଡ଼ କରିପାରିଛନ୍ତି। ସେମାନଙ୍କ କବଳରୁ ୬୦୦ ହେକ୍ଟର ଜମି ଜବରଦଖଲ ମୁକ୍ତ କରିସାରିଲେଣି। ଏହି କାର୍ଯ୍ୟ ଲାଗି ବନ ବିଭାଗକୁ ଜବରଦଖଲକାରୀଙ୍କ ସହ ମୁହାଁମୁହିଁ ହେବାକୁ ପଡ଼ିଛି। ଏହାବ୍ୟତୀତ ଜଙ୍ଗଲରେ ସକ୍ରିୟ ଥିବା ଶିକାରୀଙ୍କୁ ମଧ୍ୟ ଦମନ କରିପାରିଛନ୍ତି ବରୁଣ। ସେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ୩୨ଟି ଅଭିଯାନ କରି ୧୩୪ ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମ ହେବା ସହ ଅନେକ ଚୋରା କାଠ ବେପାରୀଙ୍କୁ ଧରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri