ଏଇ ଭାରତରେ

ସମୁଦ୍ର ଜଳ ପ୍ରଦୂଷଣର ପ୍ରଭାବ ଜଳଜୀବ ଉପରେ ପଡ଼ୁଛି। ବିଶେଷକରି ପ୍ରବାଳ ପାଚେରୀଗୁଡ଼ିକ କ୍ଷୟ ହେବାରେ ଲାଗିଛି। ଏହାର ପ୍ରତିକାର ଜରୁରୀ ହୋଇପଡ଼ିଥିବାବେଳେ ଗୃହିଣୀରୁ ସ୍କୁବା ଡାଇଭର ପାଲଟିଥିବା ୪୯ ବର୍ଷୀୟା ଉମା ମାନି ପ୍ରବାଳ ପାଚେରୀ ସୁରକ୍ଷାରେ ଲାଗିଛନ୍ତି। ଏକ ଦଶନ୍ଦି ହେଲା ସେ ଏହି କାର୍ଯ୍ୟ କରିଆସୁଛନ୍ତି। ଉମା ସ୍କୁବା ଡାଇଭିଂ ସମ୍ପର୍କରେ ପ୍ରଶିକ୍ଷଣ ନେଇଛନ୍ତି। ପ୍ରାରମ୍ଭିକ ସ୍ତରରେ ଏହା କଠିନ ଥିଲେ ବି ତାହା ସମୟକ୍ରମେ ସହଜ ହୋଇଯାଇଛି ବୋଲି କହନ୍ତି ଉମା। ସେ ଗଭୀର ସମୁଦ୍ରରେ ପ୍ରବାଳ ପାଚେରୀରେ ହୋଇଥିବା କ୍ଷତି ସମ୍ବନ୍ଧରେ ତଥ୍ୟ ଓ ଫଟୋ ଆଣିବା ସହ ତାହାର ପ୍ରତିକାର ଉପରେ ପଦକ୍ଷେପ ନେଉଛନ୍ତି। କେବଳ ପ୍ରବାଳ ପାଚେରୀର ସୁରକ୍ଷା ନୁହେଁ, ସେ ସ୍କୁଲ, କଲେଜ, କର୍ପୋରେଟ ସଂସ୍ଥାଗୁଡ଼ିକରେ ବେଳଭୂମି ପ୍ରଦୂଷଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ସାହିତ୍ୟରେ ଉମା ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଓ ତାଙ୍କ ସ୍ବାମୀ ଜଣେ ଡାକ୍ତର। ଉମା ଏବେ ତାମିଲନାଡୁର ଡିଣ୍ଡିଗୁଲ୍‌ରେ ରହୁଛନ୍ତି। ପ୍ରବାଳ ପାଚେରୀ ଉପରେ ସଚେତନାତା ସୃଷ୍ଟି କରିବା ଲାଗି ୨୦୧୯ରେ ‘କୋରାଲ ଓମେନ’ ଡକ୍ୟୁମେଣ୍ଟାରି ରିଲିଜ୍‌ ହେବା ପରେ ଏ ସମ୍ପର୍କରେ ଲୋକେ ଅଧିକ ସଚେତନ ହୋଇଛନ୍ତି।