ଏଇ ଭାରତରେ

କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଚ୍ଛ ପାଲଟି ଯାଇଥାଏ। ଏହାର ସଦ୍ୟତମ ଉଦାହରଣ ରେଲ୍‌ଓ୍ବେର ମୁମ୍ବାଇ ଡିଭିଜନରେ ଦେଖିବାକୁ ମିଳିଛି। ସହକର୍ମୀ ମୁରଲୀଧର ଶର୍ମାଙ୍କ ମୃତ୍ୟୁ ଯୋଗୁ ଏହି ଡିଭିଜନର ମୋଟରମ୍ୟାନ ଡ୍ୟୁଟିରେ ନ ରହିବାରୁ ୧୪୭ ଟ୍ରେନ ବାତିଲ ହୋଇଥିଲା। ଏହି ଘଟଣା ଶନିବାର ଘଟିଥିଲା। ବାଇକୁଲ୍ଲା ଏବଂ ସେଣ୍ଡହର୍ଷ୍ଟ ରୋଡ ଷ୍ଟେଶନ ମଧ୍ୟରେ ସେଣ୍ଟ୍ରାଲ ଏବଂ ହାରବର୍‌ ଲାଇନ ଉପରେ ଉପାନ୍ତ ସହର ଟ୍ରେନ ସେବା ବିଳମ୍ବିତ ହୋଇଥିଲା। ଅନେକ କର୍ମଚାରୀ (ମୋଟରମ୍ୟାନ) ଶର୍ମାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଯାଇଥିଲେ। ସାରେ ରେଳ ସେବାରେ ବିଳମ୍ବ ଯୋଗୁ ବହୁ ଯାତ୍ରୀ ଅଟକି ରହିଥିଲେ। ଜଣେ ଅଧିକାରୀ କହିଛନ୍ତି, ଟ୍ରେନ ବିଳମ୍ବ ହେବାର କାରଣ ଅନେକ ମୋଟରମ୍ୟାନ କଲ୍ୟାଣ ଯାଇ ଶର୍ମାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ। ଶୁକ୍ରବାର ଟ୍ରାକ ଅତିକ୍ରମ କରୁଥିବାବେଳେ ଶର୍ମାଙ୍କର ମୃତ୍ୟୁ ଘଟିଥିଲା। ଶର୍ମାଙ୍କ ଶେଷକୃତ୍ୟରେ ବିଳମ୍ବ ହେବାରୁ ୮୮ ଟି ସ୍ଥାନୀୟ ଟ୍ରେନ ସେବା ସମେତ ପ୍ରାୟ ୧୪୭ ଟି ଟ୍ରେନ ବାତିଲ କରାଯାଇଥିଲା।