ଏଇ ଭାରତରେ

କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଚ୍ଛ ପାଲଟି ଯାଇଥାଏ। ଏହାର ସଦ୍ୟତମ ଉଦାହରଣ ରେଲ୍‌ଓ୍ବେର ମୁମ୍ବାଇ ଡିଭିଜନରେ ଦେଖିବାକୁ ମିଳିଛି। ସହକର୍ମୀ ମୁରଲୀଧର ଶର୍ମାଙ୍କ ମୃତ୍ୟୁ ଯୋଗୁ ଏହି ଡିଭିଜନର ମୋଟରମ୍ୟାନ ଡ୍ୟୁଟିରେ ନ ରହିବାରୁ ୧୪୭ ଟ୍ରେନ ବାତିଲ ହୋଇଥିଲା। ଏହି ଘଟଣା ଶନିବାର ଘଟିଥିଲା। ବାଇକୁଲ୍ଲା ଏବଂ ସେଣ୍ଡହର୍ଷ୍ଟ ରୋଡ ଷ୍ଟେଶନ ମଧ୍ୟରେ ସେଣ୍ଟ୍ରାଲ ଏବଂ ହାରବର୍‌ ଲାଇନ ଉପରେ ଉପାନ୍ତ ସହର ଟ୍ରେନ ସେବା ବିଳମ୍ବିତ ହୋଇଥିଲା। ଅନେକ କର୍ମଚାରୀ (ମୋଟରମ୍ୟାନ) ଶର୍ମାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଯାଇଥିଲେ। ସାରେ ରେଳ ସେବାରେ ବିଳମ୍ବ ଯୋଗୁ ବହୁ ଯାତ୍ରୀ ଅଟକି ରହିଥିଲେ। ଜଣେ ଅଧିକାରୀ କହିଛନ୍ତି, ଟ୍ରେନ ବିଳମ୍ବ ହେବାର କାରଣ ଅନେକ ମୋଟରମ୍ୟାନ କଲ୍ୟାଣ ଯାଇ ଶର୍ମାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ। ଶୁକ୍ରବାର ଟ୍ରାକ ଅତିକ୍ରମ କରୁଥିବାବେଳେ ଶର୍ମାଙ୍କର ମୃତ୍ୟୁ ଘଟିଥିଲା। ଶର୍ମାଙ୍କ ଶେଷକୃତ୍ୟରେ ବିଳମ୍ବ ହେବାରୁ ୮୮ ଟି ସ୍ଥାନୀୟ ଟ୍ରେନ ସେବା ସମେତ ପ୍ରାୟ ୧୪୭ ଟି ଟ୍ରେନ ବାତିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri