ଏଇ ଭାରତରେ

ଅନ୍ୟ ଦୁଃଖରେ ଦୁଃଖୀହେବା, ସମବେଦନା ଜଣାଇବା ମଣିଷପଣିଆର ପରିଚୟ। ଏମିତି ଭାବ ପ୍ରକାଶ କରିଛନ୍ତି ପୁଣେ ଜିଲା ହଡପ୍ସରର ମଞ୍ଜ୍ରିିି ଅଞ୍ଚଳର ବାସିନ୍ଦା। ସେମାନେ ତାଙ୍କ ଅଞ୍ଚରେ ରହୁଥିବା ଜଣେ ରିକ୍ସାଚାଳକଙ୍କର ଦୁଃଖ ଦୂର କରିବା ସହ ତାଙ୍କୁ ଋଣମୁକ୍ତ ବି କରିଛନ୍ତି । ରିକ୍ସାଚାଳକଙ୍କ ମାତାପିତାଙ୍କୁ ମଧ୍ୟ ଭିକ୍ଷାବୃତ୍ତିରୁ ବି ମୁକାଳିପାରିଛନ୍ତି। ମଞ୍ଜ୍ରିରେ ରହୁଥିବା ରିକ୍ସାଚାଳକ ଶିବାଜୀ କାମ୍ବଲି ଅଟୋରିକ୍ସା ଋଣରେ ଆଣିଥିଲେ। କରୋନା ମହାମାରୀରେ ଲକ୍‌ଡାଉନ ଯୋଗୁ ରୋଜଗାର କମିଲା ଓ ଋଣ ବୋଝ ବଢ଼ିଗଲା। ତିନୋଟି ପିଲା, ସ୍ତ୍ରୀ ସହ ମାତାପିତାଙ୍କୁ ଚଳାଇବା କଷ୍ଟକର ହେବାରୁ ମାତାପିତା ଭିକ୍ଷା ମାଗିବା ଲାଗି କହିବାରୁ ଶିବାଜୀ ବାଧ୍ୟବାଧକତାରେ ତାଙ୍କ ଘର ନିକଟରୁ ୩୦ କି.ମି. ଦୂର ଅଲାଣ୍ଡି ତୀର୍ଥସ୍ଥଳରେ ତାଙ୍କୁ ଛାଡି ଦେଇଥିଲେ। ସେଠାରେ ବହୁ ବ୍ୟକ୍ତି ଖାଦ୍ୟ ଦାନ କରୁଥିବାରୁ ସେଠାରୁ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିପାରିବେ ବୋଲି ତାଙ୍କର ବିଶ୍ୱାସ ରହିଥିଲା। କିନ୍ତୁ ମାତାପିତାଙ୍କୁ ସେଠାରେ ଛାଡିବା ସମ୍ପର୍କରେ ସ୍ଥାନୀୟ ଲୋକମାନେ ଜାଣିପାରି ତା’ର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ପରେ ଶିବାଜୀ ଯେଉଁ ରିକ୍ସା ସଂଘରେ ଥିଲେ ତାକୁ ଏ ସମ୍ପର୍କରେ ଜଣାଇଥିଲେ। ଏହି ସଂଘର ସଭାପତି ଓ ଶିବାଜୀ ବାସ କରୁଥିବା ଅଞ୍ଚଳର ବାସିନ୍ଦାମାନେ ତାଙ୍କୁ ଆର୍ଥିକ ସହାଯ୍ୟ ଦେଇ ଋଣମୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri