ଏଇ ଭାରତରେ

ଦୁର୍ଘଟଣା ରୋକିବା ଲାଗି ସଚେତନତା କାର୍ଯ୍ୟକ୍ରମ ପ୍ରାୟତଃ ସବୁ ସମୟରେ କରାଯାଉଛି। ହେଲେ ଏହା ଉପରେ ଅଙ୍କୁଶ ଲଗାଯାଇପାରୁନାହିଁ। ଦେଖାଯାଏ, ଅଧିକାଂଶ କ୍ଷେତ୍ରରେ ସାଇକେଲ ଆରୋହୀମାନେ ରାତିରେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ସେମାନଙ୍କ ଯାତ୍ରା ସୁରକ୍ଷିତ କରିବା ଲାଗି ଲକ୍ଷ୍ନୌର ଖୁସି ପାଣ୍ଡେ ଏକ ନିଆର ଉପାୟ ଆପଣାଇଛନ୍ତି। ସେ ସାଇକେଲ ପଛରେ ଲାଇଟ ଲଗାଉଛନ୍ତି। ଅନ୍ଧାରରେ ଏହି ଲାଇଟ ସେମାନଙ୍କୁ ଦୁର୍ଘଟଣାରୁ ରକ୍ଷାକରିବ ବୋଲି କହନ୍ତି ଖୁସି। ଖୁସିଙ୍କ ବୟସ ଏବେ ୨୩। କଲେଜରେ ପଢ଼ିବା ସହ ସେ ‘ସପ୍ନ କି ଉଡାନ କି ଫାଉଣ୍ଡେଶନ’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ସେ ଚଳାଉଥିବା ଅଭିଯାନର ନାମ ରଖିଛନ୍ତି ‘ପ୍ରୋଜେକ୍ଟ ଉଜାଲା’। ସେ ରାତିରେ ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ସାଇକେଲ ପଛରେ ଲାଇଟ ଲଗାନ୍ତି। ୬ ବର୍ଷ ହେଲା ଖୁସି ଏହି କାର୍ଯ୍ୟ କରି ଆସୁଛନ୍ତି ଓ ଏବେ ସୁଦ୍ଧା ସେ ୧୫୦୦ରୁ ଅଧିକ ସାଇକେଲରେ ଲାଇଟ ଲଗାଇ ସାରିଲେଣି।