ଏଇ ଭାରତରେ

ଖାଦ୍ୟାଭାବ, ବିଶ୍ୱତାପନ ତଥା ଜଳବାୟୁ ପରିବର୍ତ୍ତନ ଜୀବଜଗତକୁ ପ୍ରଭାବିତ କରୁଛି। ବହୁ ବିରଳ ପ୍ରଜାତିର ଜୀବ ଲୋପ ପାଇଯାଉଛନ୍ତି। ଏଭଳି ଜୀବଙ୍କ ମଧ୍ୟରେ ସବୁଠୁ ଛୋଟ ବଣ ଘୁଷୁରି(ପିଗ୍‌ମି ହଗ) ଅନ୍ୟତମ। ଘର ବିରାଡ଼ି ଭଳି ଦେଖିବାକୁ ଏହି ଜୀବ ମାତ୍ର ୬୦ ସେ.ମି. ଲମ୍ବ ଓ ଉଚ୍ଚତା ୨୫ ସେ.ମି.। ଏମାନେ ଆସାମର କୋକ୍ରାଝର ଜିଲାରେ ଦେଖାଯାଆନ୍ତି। ଏବେ ଏମାନଙ୍କ ସୁରକ୍ଷା କରୁଛନ୍ତି ଡ. ପରାଗ ଡେକା। ସେ ଭେଟେରିନାରି ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସରକାରୀ ଚାକିରି ଛାଡ଼ି ଗତ ୨୩ ବର୍ଷ ହେବ ସେ ଏହି କାର୍ଯ୍ୟରେ ଲାଗିଛନ୍ତି। ଆଠ ବର୍ଷ ବୟସରେ ବାତ୍ୟାରେ ଆହତ ପକ୍ଷୀମାନଙ୍କ ଜୀବନ ବଞ୍ଚାଇବା ପରେ ସେବେଠାରୁ ତାଙ୍କୁ ବିଲୁପ୍ତ ପ୍ରାୟ ଜୀବଙ୍କୁ ସୁରକ୍ଷା କରିବାର ନିଶା ଘାରିଥିତ୍ଲା। ଶିକ୍ଷା ଶେଷ କରିବା ପରେ ପିଗ୍‌ମି ହଗ୍‌ କଞ୍ଜରଭେଶନ ପ୍ରୋଗ୍ରାମ (ପିଏଚ୍‌ସିପି) ମାଧ୍ୟମରେ ଡେକା ଛୋଟ ବଣ ଘୁଷୁରିଙ୍କ ସୁରକ୍ଷା କରୁଛନ୍ତି। ତାଙ୍କୁ ଏଥିରେ ସରକାର ଏବଂ ଏକ ସ୍ଥାନୀୟ ଏନ୍‌ଜିଓ ସହଯୋଗ କରୁଛନ୍ତି। ଏବେ ମାତ୍ର ୩୦୦ଟି ପିଗ୍‌ମି ରହିଛନ୍ତି। ସେମାନଙ୍କ ବଂଶ ବୃଦ୍ଧି କରି ଗତ ୧୧ ବର୍ଷ ମଧ୍ୟରେ ଡେକା ଆସାମର ୪ଟି ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟରେ ୧୩୦ଟି ପିଗ୍‌ମି ଛାଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri