ଏଇ ଭାରତରେ

ଦିଅଁଙ୍କ ପାଇଁ ଫୁଲ ବ୍ୟବହାର ହେବା ପରେ ତାହାକୁ ନଦୀ, ନାଳ କିମ୍ବା ବାହାରେ ଫିଙ୍ଗି ଦିଆଯାଉଛି। ଏହା ମଧ୍ୟ ଜଳ ପ୍ରଦୂଷଣର କାରଣ ହେଉଛି। କିନ୍ତୁ ଏହି ସମସ୍ୟାର ସମାଧାନ ଲାଗି ଉତ୍ତରାଖଣ୍ଡ ନୈନତାଲର ଡା. କିରଣ ତିଓ୍ବାରୀ ଏକ ପରିବେଶ ଉପଯୋଗୀ ଉପାୟ ଆପଣାଇଛନ୍ତି। ନୈନଦେବୀ ମନ୍ଦିର ବ୍ୟତୀତ ନିକଟସ୍ଥ ଗୁରୁଦ୍ୱାରରୁ ଫୁଲ ସଂଗ୍ରହ କରି ସେଥିରୁ ରଙ୍ଗ ପ୍ରସ୍ତୁତ କରୁଛନ୍ତି । ତାହାକୁ ବ୍ୟବହାର କରି କନାରେ ବିଭିନ୍ନ ଡିଜାଇନ କରୁଛନ୍ତି। ଏହି ଡିଜାଇନକୁ ‘ଫୁଲେରି ଆର୍ଟସ ’ କୁହାଯାଉଛି। ଏହି ରଙ୍ଗ ବ୍ୟବହାର କରି ଶାଢ଼ି, ଷ୍ଟୋଲ ଓ ରୁମାଲ ଆଦି ତିଆରି କରାଯାଉଛି। ଏହି କାର୍ଯ୍ୟରେ ୧୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। କେବଳ ଏତିକି ନୁହେଁ ଡା. କିରଣ ଓ ତାଙ୍କ ଟିମ୍‌ ମଧ୍ୟ ବର୍ଜ୍ୟ ଫୁଲରୁ ହୋଲି ପାଇଁ ପ୍ରାକୃତିକ ରଙ୍ଗ, କୁଙ୍କୁମ, ଧୂପ ଆଦି ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟ ଡା. କିରଣଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଚେଲି ଆର୍ଟସ’ ସଂସ୍ଥା ମାଧ୍ୟମରେ କରାଯାଉଛି। ଏହି ସଂସ୍ଥା ମଧ୍ୟ ପାହାଡ଼ି ଉତ୍ପାଦ ଓ କୁମାଁଉନୀ ସଂସ୍କୃତି ବିକାଶ କ୍ଷେତ୍ରରେ କାମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri