ଏଇ ଭାରତରେ

ଡାକ୍ତର ହେଉ କିମ୍ବା ଇଞ୍ଜିନିୟର, ଅଧିକ ରୋଜଗାର ପାଇର୍ଁ ସେମାନେ ଆମେରିକାରେ ଚାକିରି କରିବାକୁ ପସନ୍ଦ କରନ୍ତି। ଏମତି ବି ପସନ୍ଦ ଥିଲା ଡା. ଚନ୍ଦିଲ ଛୁଗ୍‌ ଓ ଡା.ନିବେଦିତା ପାଣ୍ଡେଙ୍କର। ଏହି ଦମ୍ପତି ଆମେରିକାରେ ୧୧ ବର୍ଷ ଚାକିରି କରିବା ପରେ ଭାରତ ଫେରିଆସି ବିହାରର ଗ୍ରାମୀଣ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଡା.ଚନ୍ଦିଲ ଚାକିରି କରିଥିବା ସମୟରେ ବିହାରକୁ ଆସନ୍ତି ଓ ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା ଦେଖି ସେଥିରେ ସୁଧାର ଆଣିବା ଲାଗି ଯଥାସାଧ୍ୟ ଚେଷ୍ଟା କରିବାକୁ ସ୍ଥିର କରିଥିଲେ। ପରେ ଏହି ଦମ୍ପତି ୨୦୧୬ରେ ବିହାରକୁ ଫେରିଆସିଥିଲେ। ପରେ ଡକ୍ଟର ଗୁଡ୍‌ ଡିଡ୍‌ କ୍ଲିନିକ୍‌ ପ୍ରତିଷ୍ଠା କରି ବିହାରର ଗ୍ରାମାଞ୍ଚଳରେ ଠିକ୍‌ ସମୟରେ ଓ ଶସ୍ତାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଫାର୍ମାସୀ ସର୍ଭିସ, ଲାବୋରେଟୋରି ପରୀକ୍ଷା ଇତ୍ୟାଦି ଖୁବ୍‌ କମ୍‌ ଖର୍ଚ୍ଚରେ କରାଯାଉଛି। ଡାକ୍ତରଙ୍କୁ ମଧ୍ୟ ମାଗଣାରେ ପରାମର୍ଶ କରିବାର ସୁବିଧା ରଖାଯାଇଛି। ଏହା ଦ୍ୱାରା ରୋଗୀମାନଙ୍କୁ ଖର୍ଚ୍ଚାନ୍ତ ହୋଇ ଦୂର ସହରକୁ ଯିବାକୁ ପଡୁନାହିଁ। ଏହାବ୍ୟତୀତ ପାଟନା ଓ ଏହାର ନିକଟବର୍ତ୍ତୀ ଗାଁଗୁଡ଼ିକରେ ପ୍ରତି ମାସରେ ସ୍ବାସ୍ଥ୍ୟ ଶିବିର ଓ ଆଉଟ ପେସେଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଡ.ଗୁଡ ଡିଡ୍‌ କ୍ଲିନିକ ପ୍ରଥମ ବର୍ଷ ୧.୦୦୦ ରୋଗୀଙ୍କୁ ଶସ୍ତାରେ ସେବା ଯୋଗାଇ ଦେଇଥିବାବେଳେ ଏବେ ବର୍ଷକୁ ୩,୦୦୦ ରୋଗୀ ଏହାର ଲାଭ ପାଇପାରୁଛନ୍ତି। ଚିକିତ୍ସାରେ ଅବହେଳା ନ ହେବା ଲାଗି ବହୁ ସମୟରେ ସେମାନେ ଦିଲ୍ଲୀରୁ ଡାକ୍ତରମାନଙ୍କ ସହଯୋଗ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri