ଏଇ ଭାରତରେ

ଦୃଢ ଇଚ୍ଛାଶକ୍ତି ସଫଳତାର ମନ୍ତ୍ର ବୋଲି ପ୍ରମାଣ କରିଛନ୍ତି ଆସାମର କନିକା ତାଲୁକଦାର। ସେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜିଆଖତ ଉତ୍ପାଦନ କରୁଛନ୍ତି ଓ ଏଥିରୁ ସେ ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ୨୦୦୮ରେ କନିକାଙ୍କ ସ୍ବମୀଙ୍କର ଦେହାନ୍ତ ହେବାବେଳେ ତାଙ୍କର ୪ ମାସର ଶିଶୁକନ୍ୟାଟିଏ ଥିଲା। ସେ କନ୍ୟାଟିର ଲାଳନପାଳନ କରିବା ସହ ପରିବାର ଚଳାଇବା ପାଇଁ ପ୍ରଥମେ ସ୍ବୟଂ ସହାୟକ ଗୋଷ୍ଠୀରେ କାମ କରି ମାସକୁ ୨୦୦୦ ଟଙ୍କା ରୋଜଗାର କରୁଥିଲେ, ଯେଉଁଥିରେ ପରିବାର ଚଳାଇବା କଷ୍ଟକର ଥିଲା। ପରେ ସେ ଅଧିକ ରୋଜଗାର କରିବା ପାଇଁ କୃଷିବିଜ୍ଞାନ କେନ୍ଦ୍ରରୁ ଜିଆଖତ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ନେଇ ୨୦୧୪ରେ ଖତ ଉତ୍ପାଦନ ଆରମ୍ଭ କରିଥିଲେ। ପ୍ରଥମେ ସେ ଏଥିରେ ୫୦୦ ଟଙ୍କା ନିବେଶ କରିଥିଲେ। ପ୍ରଥମ ବର୍ଷ ୮୦୦ କେଜି ଖତ ତିଆରି କରିି ତାକୁ କିଲୋ ପ୍ରତି ୧୦ ଟଙ୍କା ମୂଲ୍ୟରେ ବିକିଥିଲେ। ଏବେ ଜିଆଖତ ବେଡ୍‌ ସଂଖ୍ୟା ବୃଦ୍ଧି କରି ମାସକୁ ୩୫ ଟନ୍‌ ଖତ ପ୍ରସ୍ତୁତ କରୁଛନ୍ତି ଓ ଏଥିରୁ ପାଉଛନ୍ତି ୩ ଲକ୍ଷ ଟଙ୍କା। ଖତକୁ ସେ ବିଭିିନ୍ନ ଫାର୍ମ, କୃଷିବିଜ୍ଞାନ କେନ୍ଦ୍ର ସହିତ ଅନଲାଇନରେ ବିକ୍ରି କରୁଛନ୍ତି। କେବଳ ଏତିକି ନୁହେଁ କନିକା ଗାଁଗୁଡ଼ିକରେ ମହିଳାମାନଙ୍କୁ ଜିଆଖତ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri