ଏଇ ଭାରତରେ

ସ୍କୁଲରେ ପିଲାଙ୍କ ସଂଖ୍ୟା ବୃଦ୍ଧି ଲାଗି ନିଜ ଦରମାରୁ ଅର୍ଥ ବ୍ୟୟ କରି ଅଭିନବ ଉପାୟ ଆପଣାଇଛନ୍ତି ତେଲଙ୍ଗାନାର ଶିକ୍ଷୟିତ୍ରୀ ଅର୍ଚ୍ଚନା ନୁଗୌରି। ମଞ୍ଚେରିଲାର ଜିଲା ରେବିନାପଲ୍ଲୀସ୍ଥିତ ମଣ୍ଡଳ ପରିଷଦ ପ୍ରାଥମିକ ସ୍କୁଲରେ ସେ ପ୍ରଧାନଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ଦୁର୍ଗମ ଅଞ୍ଚଳର ପିଲାମାନଙ୍କୁ ସ୍କୁଲକୁ ଆଣିବା ଲାଗି ପରିବହନ ବ୍ୟବସ୍ଥା ସହ ଏକ୍ସଷ୍ଟ୍ରା କ୍ଲାସ ନେଉଛନ୍ତି। ଏହି ପଦକ୍ଷେପ ଯୋଗୁ ସ୍କୁଲର ପିଲାସଂଖ୍ୟା ଏବେ ୨୭୫ରେ ପହଞ୍ଚିଗଲାଣି। ସେମାନଙ୍କ ମଧ୍ୟରେ ଝିଅସଂଖ୍ୟା ୧୦୩। ଅର୍ଚ୍ଚନାଙ୍କ ବୟସ ୪୨। ଚାକିରି ପ୍ରାରମ୍ଭ କାଳରେ ସେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ପ୍ରତିଦିନ ଯାଉଥିଲେ। ପିଲା ସ୍କୁଲ ଛାଡ଼ିବା ମୂଳରେ ଗମନାଗମନ ତଥା ପରିବହନ ମୁଖ୍ୟ ସମସ୍ୟା ରହିଥିବା ସେ ଅନୁଭବ କରିବା ପରେ ଏଥିପାଇଁ ଗାଡ଼ି ବ୍ୟବସ୍ଥା କରିଛନ୍ତି। ନିଜ ଖର୍ଚ୍ଚରେ ଏକ ଲାଇବ୍ରେରି କରିଛନ୍ତି। ଏଥିରେ ୧୦୦୦ ବହି ଅଛି। ବିଭିନ୍ନ ଉତ୍ସରୁ ପାଣ୍ଠି ଯୋଗାଡ଼ କରି ସେ ସ୍କୁଲର ଫର୍ନିିଚର ତିଆରି କରିଛନ୍ତି। ଏହି କାର୍ଯ୍ୟ ଲାଗି ତାଙ୍କୁ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି।