Categories: ଖେଳ

କ୍ରମାଗତ ତୃତୀୟ ପ୍ଳେ- ଅଫ୍‌ରେ ଦିଲ୍ଲୀ କ୍ୟାପିଟାଲ

ଶାରଜା,୨।୧୦: ୟୁଏଇରେ ଚାଲିଥିବା ଆଇପିଏଲ୍‌ ଫେଜ୍‌-୨ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଦ୍ୱିତୀୟ ଦଳ ଭାବେ ପ୍ଳେଅପ୍‌ରେ ନିଜ ସ୍ଥାନ ପକ୍କା କରିଛି। ଦଳ ଏଥିସହିତ କ୍ରମାଗତ ତୃତୀୟ ଥର ପାଇ ପ୍ଳେ- ଅଫ୍‌ରେ ପ୍ରବେଶ କରିଛି। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ଦିଲ୍ଲୀ ପରାସ୍ତ କରିଛି। ଏହି ବିଜୟ ସହ ଅଧିନାୟ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି।

ଦିଲ୍ଲୀ କ୍ୟାପିଟାଲ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବୋଲରଙ୍କ ଘାତକ ବୋଲିଂ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୨୯ ରନ୍‌ରେ ଅଟକି ଯାଇଥିଲା। ହେଲେ ମୁମ୍ବାଇ ଇଣ୍ଡିଆନ୍ସ ବୋଲରଙ୍କ ଲଢୁଆ ବୋଲିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲର କ୍ରମାଗତ ଉଇକେଟ ଯିବା ସତ୍ତ୍ୱେ ଶ୍ରେୟସ ଆୟରଙ୍କ (୩୩ ରନ୍‌) ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ୫ଟି ବଲ୍‌ ବାକି ରଖି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦିଲ୍ଲୀ ୧୯ .୧ ଓଭରରେ ୬ ଉଇକେଟ ହରାଇ ୧୩୨ ରନ୍‌ କରି ବାଜି ମାରିଛି।

Share