Posted inଖେଳ

ଲକ୍ଷ୍ୟ କ୍ୱାର୍ଟରରେ, ସିନ୍ଧୁ ବି ଜିତିଲେ

ବର୍ମିଂହାମ୍‌, ୧୯ା୩ (ପି.ଟି.)-ଲକ୍ଷ୍ୟ ସେନ୍‌ ଭାରତର ସର୍ବକନିଷ୍ଠ ପୁରୁଷ ଖେଳାଳି ହିସାବରେ ସମ୍ମାନଜନକ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ ରୌପ୍ୟ ବିଜୟିନୀ ପି.ଭି. ସିନ୍ଧୁ ମଧ୍ୟ ଏହି ସୁପର ୧୦୦୦ ଟୁର୍ନାମେଣ୍ଟରେ ସହଜ ବିଜୟ ଲାଭ କରିଛନ୍ତି। ବର୍ତ୍ତମାନ ବିଶ୍ୱ ଚାମ୍ପିୟନ ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ଡେନମାର୍କର ଲିନେ ଖ୍ରିଷ୍ଟୋଫରସେନ୍‌ଙ୍କୁ ୨୧-୮, ୨୧-୮ରେ ପରାସ୍ତ କରିଛନ୍ତି। ମାତ୍ର ଏଚ୍‌.ଏସ୍‌. ପ୍ରଣୟ ତାଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇଛନ୍ତି। ୨୦୧୯ରେ ୫ଟି ଟାଇଟଲ ଜିତିଥିବା ୧୯ ବର୍ଷୀୟ ଲକ୍ଷ୍ୟ ଫ୍ରାନ୍ସର ଥୋମାସ ରୋକ୍ସେଲଙ୍କୁ ୨୧-୧୮, ୨୧-୧୬ରେ ହରାଇ ଦେଇଛନ୍ତି। ୨୦୧୮ରେ ଏସିଆନ ଜୁନିୟର ଚାମ୍ପିୟନଶିପ୍‌ ଟାଇଟଲ, ଓ୍ବାଲର୍‌ଡ ଜୁନିୟର ଚାମ୍ପିୟନଶିପ୍‌ ବ୍ରୋଞ୍ଜ ଏବଂ ୟୁଥ ଅଲିମ୍ପିକ୍‌ ଗେମ୍ସରେ ରୌପ୍ୟ ଜିତିଥିବା ଲକ୍ଷ୍ୟ ବର୍ତ୍ତମାନ ଆୟର୍ଲାଣ୍ଡର ନିହାତ ନିଗୁୟେନ କିମ୍ବା ନେଦରଲାଣ୍ଡ୍ସର କାଲ୍‌ଜୋଙ୍କୁ ଭେଟିବେ। ପୂର୍ବତନ ଟପ୍‌ ୧୦ ଖେଳାଳି ପ୍ରଣୟ କିନ୍ତୁ ବିଶ୍ୱର ନମ୍ବର ଓ୍ବାନ ଜାପାନର କେନ୍ତୋ ମେମୋତାଙ୍କଠାରୁ ପରାଜିତ ହୋଇଛନ୍ତି। ଭାରତୀୟ ଖେଳାଳି ୧୫-୨୧, ୧୪-୨୧ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମିକ୍ସଡ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନ ପୋନ୍ନାପ୍ପା ସେମାନଙ୍କ ଓପନିଂ ରାଉଣ୍ଡରେ ୟୁକି କାନେକୋ ଏବଂ ମିସାକି ମାତ୍‌ସୁମୋତୋଙ୍କଠାରୁ ୧୯-୨୧, ୯-୨୧ରେ ହାରିଯାଇଛନ୍ତି। ବୁଧବାର ରାତିରେ ଇଞ୍ଜୁରି ଯୋଗୁ ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ସାଇନା ନେହ୍ବାଲ ତାଙ୍କ ଓପନିଂ ରାଉଣ୍ଡ ମ୍ୟାଚ ଅଧାରୁ ଓହରିଯାଇଥିଲେ। ସେତେବେଳେ ସେ ୭ମ ସିଡ୍‌ ମିଆ ବ୍ଲିଚ୍‌ଫ୍ଲିଡିଟ୍‌ଙ୍କଠାରୁ ୮-୨୧, ୪-୧୦ରେ ପଛୁଆ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri