Posted inଖେଳ

ଲକ୍ଷ୍ୟ କ୍ୱାର୍ଟରରେ, ସିନ୍ଧୁ ବି ଜିତିଲେ

ବର୍ମିଂହାମ୍‌, ୧୯ା୩ (ପି.ଟି.)-ଲକ୍ଷ୍ୟ ସେନ୍‌ ଭାରତର ସର୍ବକନିଷ୍ଠ ପୁରୁଷ ଖେଳାଳି ହିସାବରେ ସମ୍ମାନଜନକ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ ରୌପ୍ୟ ବିଜୟିନୀ ପି.ଭି. ସିନ୍ଧୁ ମଧ୍ୟ ଏହି ସୁପର ୧୦୦୦ ଟୁର୍ନାମେଣ୍ଟରେ ସହଜ ବିଜୟ ଲାଭ କରିଛନ୍ତି। ବର୍ତ୍ତମାନ ବିଶ୍ୱ ଚାମ୍ପିୟନ ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ଡେନମାର୍କର ଲିନେ ଖ୍ରିଷ୍ଟୋଫରସେନ୍‌ଙ୍କୁ ୨୧-୮, ୨୧-୮ରେ ପରାସ୍ତ କରିଛନ୍ତି। ମାତ୍ର ଏଚ୍‌.ଏସ୍‌. ପ୍ରଣୟ ତାଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇଛନ୍ତି। ୨୦୧୯ରେ ୫ଟି ଟାଇଟଲ ଜିତିଥିବା ୧୯ ବର୍ଷୀୟ ଲକ୍ଷ୍ୟ ଫ୍ରାନ୍ସର ଥୋମାସ ରୋକ୍ସେଲଙ୍କୁ ୨୧-୧୮, ୨୧-୧୬ରେ ହରାଇ ଦେଇଛନ୍ତି। ୨୦୧୮ରେ ଏସିଆନ ଜୁନିୟର ଚାମ୍ପିୟନଶିପ୍‌ ଟାଇଟଲ, ଓ୍ବାଲର୍‌ଡ ଜୁନିୟର ଚାମ୍ପିୟନଶିପ୍‌ ବ୍ରୋଞ୍ଜ ଏବଂ ୟୁଥ ଅଲିମ୍ପିକ୍‌ ଗେମ୍ସରେ ରୌପ୍ୟ ଜିତିଥିବା ଲକ୍ଷ୍ୟ ବର୍ତ୍ତମାନ ଆୟର୍ଲାଣ୍ଡର ନିହାତ ନିଗୁୟେନ କିମ୍ବା ନେଦରଲାଣ୍ଡ୍ସର କାଲ୍‌ଜୋଙ୍କୁ ଭେଟିବେ। ପୂର୍ବତନ ଟପ୍‌ ୧୦ ଖେଳାଳି ପ୍ରଣୟ କିନ୍ତୁ ବିଶ୍ୱର ନମ୍ବର ଓ୍ବାନ ଜାପାନର କେନ୍ତୋ ମେମୋତାଙ୍କଠାରୁ ପରାଜିତ ହୋଇଛନ୍ତି। ଭାରତୀୟ ଖେଳାଳି ୧୫-୨୧, ୧୪-୨୧ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମିକ୍ସଡ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନ ପୋନ୍ନାପ୍ପା ସେମାନଙ୍କ ଓପନିଂ ରାଉଣ୍ଡରେ ୟୁକି କାନେକୋ ଏବଂ ମିସାକି ମାତ୍‌ସୁମୋତୋଙ୍କଠାରୁ ୧୯-୨୧, ୯-୨୧ରେ ହାରିଯାଇଛନ୍ତି। ବୁଧବାର ରାତିରେ ଇଞ୍ଜୁରି ଯୋଗୁ ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ସାଇନା ନେହ୍ବାଲ ତାଙ୍କ ଓପନିଂ ରାଉଣ୍ଡ ମ୍ୟାଚ ଅଧାରୁ ଓହରିଯାଇଥିଲେ। ସେତେବେଳେ ସେ ୭ମ ସିଡ୍‌ ମିଆ ବ୍ଲିଚ୍‌ଫ୍ଲିଡିଟ୍‌ଙ୍କଠାରୁ ୮-୨୧, ୪-୧୦ରେ ପଛୁଆ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri