ରାଜ୍ୟରେ ସୁସ୍ଥ ହେଲେ ୩୫୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୩୫୮ କରୋନା ଆକ୍ରାନ୍ତରୁ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୪୩ ଜଣ। ସୁନ୍ଦରଗଡ଼ରୁ ୩୬, ଅନୁଗୁଳରୁ ୨୯, କଟକରୁ ୨୬, ମୟୁରଭଞ୍ଜରୁ ୨୩, ବରଗଡ଼, ଭଦ୍ରକ ଓ ବଲାଙ୍ଗୀରରୁ ୧୯, ପୁରୀରୁ ୧୮, ନୂଆପଡ଼ାରୁ ୧୬, ବାଲେଶ୍ୱରରୁ ୧୫, କେନ୍ଦୁଝରରୁ ୧୩, ସମ୍ବଲପୁରରୁ ୧୧, ଝାରସୁଗୁଡାରୁ ୯, ଜଗତସିଂହପୁରରୁ ୮, ଯାଜପୁରରୁ ୭, କଳାହାଣ୍ଡି ଓ କେନ୍ଦ୍ରପଡ଼ାରୁ ୬, ଗଞ୍ଜାମ ଓ ନବରଙ୍ଗପୁର ୫, ମାଲକାନଗିରି ୪, ଦେଓଗଡ଼ ୩, ଢ଼େଙ୍କାନାଳ , ଗଜପତି ଓ କୋରାପୁଟ ୨, ନୟାଗଡ଼ ଓ ରାୟାଗଡ଼ା ୧ ଓ ଷ୍ଟେଟ ପୁଲରୁ ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।