Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ୩୩୮ କରୋନା ଆକ୍ରାନ୍ତ

ରାଜ୍ୟରେ ରବିବାର ୩୩୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୪୯ ଜଣ। ସେହିଭଳି ସୁନ୍ଦରଗଡ଼ରୁ ୩୬, ଭଦ୍ରକରୁ, କଟକ ୨୧, ବାଲେଶ୍ବରରୁ ୨୦, ଅନୁଗୁଳ, ମୟୁରଭଞ୍ଜରୁ ୧୮, ବରଗଡ଼ ୧୭ , କଳାହାଣ୍ଡି, ପୁରୀରୁ ୧୫, ଝାରସୁଗୁଡ଼ାରୁ ୧୪, ନୂଆପଡ଼ାରୁ ୧୨, ସମ୍ବଲପୁରରୁ ୧୦, ଯାଜପୁର, କେନ୍ଦୁଝରରୁ ୯, ଜଗତସିଂହପୁରୁ ୮, ବଲାଙ୍ଗୀର, ଗଞ୍ଜାମରୁ ୬, କେନ୍ଦ୍ରାପଡ଼ାରୁ ୫, ଦେବଗଡ଼, ଢ଼େଙ୍କାନାଳ, ରାୟଗଡ଼ା ୩, କୋରାପୁଟ, ନବରଙ୍ଗପୁର, ନୟାଗଡ଼ରୁ ୨, ସୁବର୍ଣ୍ଣପୁରରୁ ୧ ଓ ଷ୍ଟେଟ ପୁଲରୁ ୧୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚତ୍ଛି ୩,୨୧,୬୪୭ରେ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।