ଲଗାଣ ବର୍ଷାରେ କ୍ଷେତରେ ଗଜା ହେଲା ଧାନ

କୋକସରା, ୨୩।୧୦ (ଡି.ଏନ.ଏ.)
କଳାହାଣ୍ଡି ଜିଲା କୋକାସରା ବ୍ଳକର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନି। କେତେବେଳେ ଅନାବୃଷ୍ଟି ତ କେତେ ବେଳେ ଧାନ ଚାଷରେ ରୋଗପୋକର ପ୍ରାଦୁର୍ଭାବରେ ଚାଷୀ ତଳିତଳାନ୍ତ ହୋଉଥିବା ବେଳେ ଏବେ ଲଘୁ ଜନିତ ବର୍ଷା ଯୋଗଁୁ ପାଚିଲା ଧାନ କ୍ଷେତରେ ଲୋଟି ଗଜା ହୋଇଛି। କେତେକ ଚାଷୀଙ୍କ ଧାନ କ୍ଷୀର ଢୋକିବା ସମୟରେ ବି ତଳେ ପଡିଯାଇଛି। ଫଲରେ ନଷ୍ଟ ହେବାର ଆଶଙ୍କା ରହିଛି। କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ କୋକସରା ବ୍ଲକର ୨୧ହଜାର ୯୩୭ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ସେଥିମଧ୍ୟରେ ୭ ହଜାର ୧୧୨ହେକ୍ଟର ଢିପଜମିରେ ସଅଳ କିସମର ଧାନ ଚାଷ କରାଯାଇଛି। ସେହିପରି ୭ ହଜାର ୦୧ ହେକ୍ଟର ମାଲ ଜମିରେ ମଧ୍ୟମ ଧରଣ କିସମର ଓ ୭ ହଜାର ୮୨୪ ହେକ୍ଟର ବାହାଲ ଜମିରେ ଦୀର୍ଘ ଦିନିଆ କିସମର ଧାନ ଚାଷ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ସଅଳ କସିମର ଧାନ ଅମଳ ଚାଲିଛି। ମଧ୍ୟମ ଧରଣ କିସମ ଧାନ ବାହାରି ପାଚି ଅମଳକ୍ଷମ ହୋଇଛି। କେତେକ ଚାଷୀ ଧାନ ଅମଳ ପାଇଁ ପ୍ରସ୍ତୁତ ହୋଇ ଖଳା ତିଆରି କରି ସାରଛନ୍ତି। ଏହି ସ୍ଥିତିରେ ବର୍ଷା ଯୋଗଁୁ ପାଚିଳା ଧାନ ବିଲରେ ପଡି ଗଜାହୋଇଛି। ଲଡୁଗାଁ ପଞ୍ଚାୟତ ସୁନାମାଲ ଗ୍ରାମର ଚାଷୀଙ୍କ ୩୦ ଏକର ଜମିର ପାଚିଲା ଧାନ ନଷ୍ଟ ହୋଇଛି। କାଉଡୋଲର ଚାଷୀ ଅରୁଣର ସାହୁଙ୍କ ସମେତ ୧୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ୩୦ଏକରରୁ ଅଧିକ ଜମିର ଧାନ ବର୍ଷା ଯୋଗଁୁ ତଳେ ପଡିଛି। ସେହିପରି ସାନପେଡାଗୁଡା, ଗୋତମୁଣ୍ଡା, କୋକସରା, କୁଲେଗୁଡା, ଲଡୁଗାଁ, ଚିକିଲି, ଫୁପ୍‌ଗାଁ, ବଡପୋଡାଗୁଡା ଆଦି ଗ୍ରାମର ଚାଷୀଙ୍କ ଫସଲ ଗତ ସପ୍ତାହର ଲଘୁଚାପ ଜନିତ ବର୍ଷା ଯୋଗଁୁ ଧାନ ଫସଳ ନଷ୍ଟ ହୋଇଛି। ଏ ନେଇ ବ୍ଳକ କୃଷି ଅଧିକାରୀ ସୁବ୍ରତ କୁମାର ପାଢୀଙ୍କୁ ପଚାରିବାରୁ ସେ ଫିଲ୍ଡ ଯାଇ ପରିଦର୍ଶନ କରି ସାରିଛନ୍ତି, ବିଶେଷ କ୍ଷତି ହୋଇ ନ ଥିବା କହିିଛନ୍ତି । ସରକାର ଚାଷୀ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri