ଲଗାଣ ବର୍ଷାରେ କ୍ଷେତରେ ଗଜା ହେଲା ଧାନ

କୋକସରା, ୨୩।୧୦ (ଡି.ଏନ.ଏ.)
କଳାହାଣ୍ଡି ଜିଲା କୋକାସରା ବ୍ଳକର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନି। କେତେବେଳେ ଅନାବୃଷ୍ଟି ତ କେତେ ବେଳେ ଧାନ ଚାଷରେ ରୋଗପୋକର ପ୍ରାଦୁର୍ଭାବରେ ଚାଷୀ ତଳିତଳାନ୍ତ ହୋଉଥିବା ବେଳେ ଏବେ ଲଘୁ ଜନିତ ବର୍ଷା ଯୋଗଁୁ ପାଚିଲା ଧାନ କ୍ଷେତରେ ଲୋଟି ଗଜା ହୋଇଛି। କେତେକ ଚାଷୀଙ୍କ ଧାନ କ୍ଷୀର ଢୋକିବା ସମୟରେ ବି ତଳେ ପଡିଯାଇଛି। ଫଲରେ ନଷ୍ଟ ହେବାର ଆଶଙ୍କା ରହିଛି। କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ କୋକସରା ବ୍ଲକର ୨୧ହଜାର ୯୩୭ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ସେଥିମଧ୍ୟରେ ୭ ହଜାର ୧୧୨ହେକ୍ଟର ଢିପଜମିରେ ସଅଳ କିସମର ଧାନ ଚାଷ କରାଯାଇଛି। ସେହିପରି ୭ ହଜାର ୦୧ ହେକ୍ଟର ମାଲ ଜମିରେ ମଧ୍ୟମ ଧରଣ କିସମର ଓ ୭ ହଜାର ୮୨୪ ହେକ୍ଟର ବାହାଲ ଜମିରେ ଦୀର୍ଘ ଦିନିଆ କିସମର ଧାନ ଚାଷ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ସଅଳ କସିମର ଧାନ ଅମଳ ଚାଲିଛି। ମଧ୍ୟମ ଧରଣ କିସମ ଧାନ ବାହାରି ପାଚି ଅମଳକ୍ଷମ ହୋଇଛି। କେତେକ ଚାଷୀ ଧାନ ଅମଳ ପାଇଁ ପ୍ରସ୍ତୁତ ହୋଇ ଖଳା ତିଆରି କରି ସାରଛନ୍ତି। ଏହି ସ୍ଥିତିରେ ବର୍ଷା ଯୋଗଁୁ ପାଚିଳା ଧାନ ବିଲରେ ପଡି ଗଜାହୋଇଛି। ଲଡୁଗାଁ ପଞ୍ଚାୟତ ସୁନାମାଲ ଗ୍ରାମର ଚାଷୀଙ୍କ ୩୦ ଏକର ଜମିର ପାଚିଲା ଧାନ ନଷ୍ଟ ହୋଇଛି। କାଉଡୋଲର ଚାଷୀ ଅରୁଣର ସାହୁଙ୍କ ସମେତ ୧୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ୩୦ଏକରରୁ ଅଧିକ ଜମିର ଧାନ ବର୍ଷା ଯୋଗଁୁ ତଳେ ପଡିଛି। ସେହିପରି ସାନପେଡାଗୁଡା, ଗୋତମୁଣ୍ଡା, କୋକସରା, କୁଲେଗୁଡା, ଲଡୁଗାଁ, ଚିକିଲି, ଫୁପ୍‌ଗାଁ, ବଡପୋଡାଗୁଡା ଆଦି ଗ୍ରାମର ଚାଷୀଙ୍କ ଫସଲ ଗତ ସପ୍ତାହର ଲଘୁଚାପ ଜନିତ ବର୍ଷା ଯୋଗଁୁ ଧାନ ଫସଳ ନଷ୍ଟ ହୋଇଛି। ଏ ନେଇ ବ୍ଳକ କୃଷି ଅଧିକାରୀ ସୁବ୍ରତ କୁମାର ପାଢୀଙ୍କୁ ପଚାରିବାରୁ ସେ ଫିଲ୍ଡ ଯାଇ ପରିଦର୍ଶନ କରି ସାରିଛନ୍ତି, ବିଶେଷ କ୍ଷତି ହୋଇ ନ ଥିବା କହିିଛନ୍ତି । ସରକାର ଚାଷୀ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri