ଲଗାଣ ବର୍ଷାରେ ବେହାଲ କନ୍ଧମାଳ

ଫୁଲବାଣୀ,୨।୮(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ବିଗତ ତିନି ଦିନ ହେବ ବର୍ଷା ଲାଗି ରହିଛି ା ମଙ୍ଗଳବାର ଅପରାହ୍ନରୁ ଜିଲାରେ ଲଗାଣ ବର୍ଷା ଜାରି ରହିଛି ା ପ୍ରବଳ ବର୍ଷା ହେତୁ ସମ୍ପୂର୍ଣ୍ଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ା ଫୁଲବାଣୀ ସହରର ଅନେକ ୱାର୍ଡରେ ଥିବା ଘରେ ବର୍ଷା ଜଳ ପସି ଯାଇଛି। ଲୋକେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ସହରରେ ଡ୍ରେନ ଅବରୋଧ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ା ଏପରିକି କିଛି ଲୋକଙ୍କ ଘରେ ଆଣ୍ଠୁଏ ଯାଏ ପାଣି ଠିଆ ହୋଇ ରହିଛି ା ରାତିରେ ଘରେ ରହିବା ପାଇଁ କିଛି ଲୋକେ ପମ୍ପ ସାହାଯ୍ୟରେ ପାଣି ବାହାର କରୁଛନ୍ତି ା ସହରର ରାସ୍ତା ଉପରେ ପ୍ରାୟ ଦୁଇ ଫୁଟ ଉପରେ ବର୍ଷା ଜଳ ପ୍ରବାହିତ ହୋଇଛି। ନଦୀଖଣ୍ଡି ସାହିରେ ଥିବା ସାଲୁଙ୍କୀ ନଦୀ ଡ୍ୟାମ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ୨ ନଂ ୱାର୍ଡର ଡାମିଗାଁ, ଡାକପାଲା ଭଳି ଅଞ୍ଚଳବାସୀ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଛନ୍ତି ା
ସେହିପରି ଜିଲାର ଟିକାବାଲି, ଫିରିଙ୍ଗିଆ, କ.ନୂଆଗାଁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି ା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡାଠାରେ ଦୁର୍ଗାମୁଣ୍ଡା ନାଳର ପୋଲ ଉପରେ ପ୍ରାୟ ୮ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ସମ୍ପୂର୍ଣ୍ଣ କୋଏରମାଣ୍ଡୁ ଓ ପାହିରାଜୁ ପଞ୍ଚାୟତକୁ ଯାତାୟାତ ଠପ ହୋଇ ଯାଇଛି। ଏହି ପୋଲ ଦେଇ ଆଜି ଦୁଇ ଜଣ ଯୁବକ ଏକ ବାଇକରେ ଯାଉଥିବା ବେଳେ ବନ୍ୟା ଜଳରେ ଭାସି ଯାଇଥିଲେ। କୌଣସି ପ୍ରକାରେ କୂଳରେ ପହଁଚି ଥିଲେ ବି ବାଇକଟି ପାଣିରେ ଭାସି ଯାଇଛି ା ସେହିପରି ବାଘଡଙ୍ଗେରୀ ନାଳରେ ପାଣି ଆସିବାରୁ ତାଳପଙ୍ଗା, ବଟାବାହାଲି, ଲମ୍ବାଖେତା, କେନ୍ଦୁଗୁଡା ଭଳି ୮ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଖବର ମିଳିଛି। କ୍ରାଣ୍ଡିବାଲି ପଞ୍ଚାୟତରେ ବାଘନଦୀରେ ବନ୍ୟାଜଳ ଆସି ଡଙ୍ଗିମେଣ୍ଡି ସମେତ ୩ ଖଣ୍ଡ ଗାଁ ଜଳବନ୍ଦୀ ହୋଇଛି। ସଲାଗୁଡା ପଞ୍ଚାୟତର ଅନେକ ଗ୍ରାମ ସହିତ ଡିଣ୍ଡିରା ଗାଁ ପଞ୍ଚାୟତର ଟେଲାପାଲି ଓ ଗୁଖୋଲ ଗ୍ରାମ ପାଣି ଘେରରେ ରହିଛି। ଲୁଇସିଂ ନାଳରେ ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ଘର ଜଳବନ୍ଦୀ ହୋଇଛି। କଟିମାସ୍କା ନଦୀଖଣ୍ଡିଠାରେ ଏକ କଲଭର୍ଟ ଭାଙ୍ଗି ଯିବା ସହ ଲୁଇସିଂ-କଣ୍ଟାମାଳ ରାସ୍ତା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ବୌଦ୍ଧ ଜିଲାକୁ ଯାତାୟାତ ବନ୍ଦ ରହିଛି।
ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ଜିଲାରେ ମୋଟ ୯୯୩.୬ ମିମି ବର୍ଷା ରେକର୍ଡ କରାଯାଇଛି। କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ବେଳେ ଫିରିଙ୍ଗିଆରେ ୧୩୪, ବାଲିଗୁଡ଼ାରେ ୧୨୦, ତୁମୁଡିବନ୍ଧରେ ୧୧୦.୬, କୋଟଗଡରେ ୧୦୯, ଫୁଲବାଣୀରେ ୧୦୨, ରାଇକିଆରେ ୭୩ ଓ ଟିକାବାଲିରେ ୭୨ ମିମି ବର୍ଷା ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri