ଲଗାଣ ବର୍ଷାରେ ବେହାଲ କନ୍ଧମାଳ

ଫୁଲବାଣୀ,୨।୮(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ବିଗତ ତିନି ଦିନ ହେବ ବର୍ଷା ଲାଗି ରହିଛି ା ମଙ୍ଗଳବାର ଅପରାହ୍ନରୁ ଜିଲାରେ ଲଗାଣ ବର୍ଷା ଜାରି ରହିଛି ା ପ୍ରବଳ ବର୍ଷା ହେତୁ ସମ୍ପୂର୍ଣ୍ଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ା ଫୁଲବାଣୀ ସହରର ଅନେକ ୱାର୍ଡରେ ଥିବା ଘରେ ବର୍ଷା ଜଳ ପସି ଯାଇଛି। ଲୋକେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ସହରରେ ଡ୍ରେନ ଅବରୋଧ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ା ଏପରିକି କିଛି ଲୋକଙ୍କ ଘରେ ଆଣ୍ଠୁଏ ଯାଏ ପାଣି ଠିଆ ହୋଇ ରହିଛି ା ରାତିରେ ଘରେ ରହିବା ପାଇଁ କିଛି ଲୋକେ ପମ୍ପ ସାହାଯ୍ୟରେ ପାଣି ବାହାର କରୁଛନ୍ତି ା ସହରର ରାସ୍ତା ଉପରେ ପ୍ରାୟ ଦୁଇ ଫୁଟ ଉପରେ ବର୍ଷା ଜଳ ପ୍ରବାହିତ ହୋଇଛି। ନଦୀଖଣ୍ଡି ସାହିରେ ଥିବା ସାଲୁଙ୍କୀ ନଦୀ ଡ୍ୟାମ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ୨ ନଂ ୱାର୍ଡର ଡାମିଗାଁ, ଡାକପାଲା ଭଳି ଅଞ୍ଚଳବାସୀ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଛନ୍ତି ା
ସେହିପରି ଜିଲାର ଟିକାବାଲି, ଫିରିଙ୍ଗିଆ, କ.ନୂଆଗାଁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି ା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡାଠାରେ ଦୁର୍ଗାମୁଣ୍ଡା ନାଳର ପୋଲ ଉପରେ ପ୍ରାୟ ୮ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ସମ୍ପୂର୍ଣ୍ଣ କୋଏରମାଣ୍ଡୁ ଓ ପାହିରାଜୁ ପଞ୍ଚାୟତକୁ ଯାତାୟାତ ଠପ ହୋଇ ଯାଇଛି। ଏହି ପୋଲ ଦେଇ ଆଜି ଦୁଇ ଜଣ ଯୁବକ ଏକ ବାଇକରେ ଯାଉଥିବା ବେଳେ ବନ୍ୟା ଜଳରେ ଭାସି ଯାଇଥିଲେ। କୌଣସି ପ୍ରକାରେ କୂଳରେ ପହଁଚି ଥିଲେ ବି ବାଇକଟି ପାଣିରେ ଭାସି ଯାଇଛି ା ସେହିପରି ବାଘଡଙ୍ଗେରୀ ନାଳରେ ପାଣି ଆସିବାରୁ ତାଳପଙ୍ଗା, ବଟାବାହାଲି, ଲମ୍ବାଖେତା, କେନ୍ଦୁଗୁଡା ଭଳି ୮ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଖବର ମିଳିଛି। କ୍ରାଣ୍ଡିବାଲି ପଞ୍ଚାୟତରେ ବାଘନଦୀରେ ବନ୍ୟାଜଳ ଆସି ଡଙ୍ଗିମେଣ୍ଡି ସମେତ ୩ ଖଣ୍ଡ ଗାଁ ଜଳବନ୍ଦୀ ହୋଇଛି। ସଲାଗୁଡା ପଞ୍ଚାୟତର ଅନେକ ଗ୍ରାମ ସହିତ ଡିଣ୍ଡିରା ଗାଁ ପଞ୍ଚାୟତର ଟେଲାପାଲି ଓ ଗୁଖୋଲ ଗ୍ରାମ ପାଣି ଘେରରେ ରହିଛି। ଲୁଇସିଂ ନାଳରେ ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ଘର ଜଳବନ୍ଦୀ ହୋଇଛି। କଟିମାସ୍କା ନଦୀଖଣ୍ଡିଠାରେ ଏକ କଲଭର୍ଟ ଭାଙ୍ଗି ଯିବା ସହ ଲୁଇସିଂ-କଣ୍ଟାମାଳ ରାସ୍ତା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ବୌଦ୍ଧ ଜିଲାକୁ ଯାତାୟାତ ବନ୍ଦ ରହିଛି।
ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ଜିଲାରେ ମୋଟ ୯୯୩.୬ ମିମି ବର୍ଷା ରେକର୍ଡ କରାଯାଇଛି। କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ବେଳେ ଫିରିଙ୍ଗିଆରେ ୧୩୪, ବାଲିଗୁଡ଼ାରେ ୧୨୦, ତୁମୁଡିବନ୍ଧରେ ୧୧୦.୬, କୋଟଗଡରେ ୧୦୯, ଫୁଲବାଣୀରେ ୧୦୨, ରାଇକିଆରେ ୭୩ ଓ ଟିକାବାଲିରେ ୭୨ ମିମି ବର୍ଷା ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri