ବେପାରୀଙ୍କ କବ୍‌ଜାରେ ହଳଦୀପତ୍ର

କେନ୍ଦୁଝର,୧୬।୧୧: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବରେ ଘରେ ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ ଏଣ୍ଡୁରି ପିଠା ନିଆରା। ଏଣୁ ପ୍ରଥମାଷ୍ଟମୀ ଆସିଲେ ଓଡ଼ିଆ ଘରେ ହଳଦୀପତ୍ର ଖୋଜା ପଡ଼େ। ତେବେ ଆଜିକାଲି ହଳଦୀପତ୍ରର ଚାହିଦା ମୁତାବକ ମିଳୁ ନ ଥିବାରୁ ହାଟବଜାରରେ ବିକ୍ରି ହେଉଛି। ବେପାରୀମାନେ ବାହାର ଜିଲାକୁ ହଳଦୀପତ୍ର ନେଇ ବିକି ବେଶ୍‌ ଲାଭବାନ ହେଉଛନ୍ତି। ମାତ୍ର ଚାଷୀ ଏହାର ପ୍ରକୃତ ଦର ପାଇ ପାରେନାହିଁ।
ଅରୁଆ ଚାଉଳ ଓ ବିରି ମିଶାଇ ପିଠଉ କରି ସେଥିରେ ନଡ଼ିଆ କୋରା ବା ଛେନାପୁର ଦେଇ ଏହି ପିଠା ପ୍ରସ୍ତୁତ କରାଯାଏ। ଏହି ଦିନରେ ହଳଦୀପତ୍ର ପିଠା ସହିତ ଚକୁଳି, ମଣ୍ଡା ଆଦି ପିଠା ଓ ଖିରି ମଧ୍ୟ ଓଡ଼ିଆ ଘରେ ଘରେ ଖାଇଥାନ୍ତି। ହଳଦୀପତ୍ର ସୁମଧୁର ବାସ୍ନା ପିଠାର ସ୍ବାଦକୁ ଦ୍ୱିଗୁଣିତ କରିଥାଏ। ଦୀର୍ଘଦିନ ଧରି ହଳଦୀ ପିଠା ଘରେ ଘରେ ଲୋକମାନେ ଖାଇଥାନ୍ତି ବୋଲି ସାହିତି୍ୟକ ତଥା ସଂଗ୍ରାହକ ପ୍ରଦୀପ ରାଉତ କୁହନ୍ତି। ତେବେ ପ୍ରଥମାଷ୍ଟମୀ ଦିନ ପଢୁଆଁ ବା ଘରର ବଡ଼ ପୁଅ/ଝିଅ ନୂଆ ବସ୍ତ୍ର ପିନ୍ଧି ପୂଜାପାଠ କରି ପିଠା ଖାଇଥାନ୍ତି। ଗାଁ ଗଣ୍ଡା ଅପେକ୍ଷା ସହରାଞ୍ଚଳରେ ଏହାର ଚାହିଦା ଆଜିକାଲି ଅଧିକ ଦେଖାଦେଉଛି। ଏହି ସମୟରେ ହଳଦୀ ଅମଳ ହୋଇଥାଏ। ଏଣୁ ଚାଷୀ ତଥା ବନବାସୀମାନେ ହଳଦୀପତ୍ରକୁ କାଟି ଆଣି ହାଟବଜାରରେ ବିକ୍ରି କରନ୍ତି। ହଳଦୀପତ୍ର ବିଡ଼ା ୧୦ ଟଙ୍କାରୁ ୨୦ ଟଙ୍କାରେ ବିକ୍ରି କରିଥାନ୍ତି। କିଛି ବର୍ଷ ହେଲା ହଳଦୀପତ୍ର ବେପାରୀମାନଙ୍କ କବ୍‌ଜାକୁ ଚାଲିଯାଉଥିବାରୁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି। ବେପାରୀମାନେ ଚାଷୀ ବା ବନବାସୀଙ୍କଠାରୁ ହଳଦୀପତ୍ର ବହୁତ କମ୍‌ ଦାମରେ କିଣି ଗଚ୍ଛିତ ରଖି କୃତ୍ରିମ ଅଭାବ ସୃଷ୍ଟି କରିଥାନ୍ତି। ପରେ ୩ ରୁ ୪ ଗୁଣାରେ ବାହାର ଜିଲାର ବେପାରୀମାନଙ୍କୁ ବିକ୍ରି କରି ବେଶ୍‌ ମୁନାଫା କମାଇଥାନ୍ତି ବୋଲି ସ୍ଥାନୀୟ ନିବାସୀ ଅନୀଲ ସୋନକାର କୁହନ୍ତି। କିନ୍ତୁ ଚାଷୀ କିମ୍ବା ବନବାସୀ ବହୁ କଷ୍ଟରେ ବଜାରକୁ ବୋହି ଆଣି ପ୍ରକୃତ ମୂଲ୍ୟ ପାଇ ପାରନ୍ତି ନାହିଁ। ଅନେକ ସମୟରେ ବିକ୍ରି ନ ହେଲେ ଫୋପାଡ଼ି ଘରକୁ ଫେରନ୍ତି। ପ୍ରକାଶ ଯେ, କମ ପାଣିରେ ଏହି ଚାଷ ଭଲ ହୋଇଥାଏ। ହାତୀ ବା ବନ୍ୟପ୍ରାଣୀ ଖାଆନ୍ତି ନାହିଁ। କମ୍‌ ପରିଶ୍ରମ ଓ ଯତ୍ନ ଆବଶ୍ୟକ ହୋଇଥାଏ। ଏହି ଲାଭଜନକ ଫସଲ ପାଇଁ ପ୍ରୋତ୍ସାହିତ ଆବଶ୍ୟକ ବୋଲି କୃଷିବିତ୍‌ ତଥା ସମବାୟବିତ୍‌ କାନନ ବିହାରୀ ପହି ମତବ୍ୟକ୍ତ କରନ୍ତି।

 

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri