ରାସ୍ତା କାମ ନାଁରେ ଅର୍ଥ ବରବାଦ ମସୁଧା

ଭୁବନେଶ୍ୱର, ୨୮।୫ (ବ୍ୟୁରୋ): ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର ସହର ଭାବେ ଗଢିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ବିଏମ୍‌ସି, ବିଏସ୍‌ସିଏଲ୍‌, ପୂର୍ତ୍ତ ବିଭାଗ, ଇଡ୍‌କୋ ପକ୍ଷରୁ ଉନ୍ନୟନ କାମ କରାଯାଉଛି। ମାତ୍ର ସମନ୍ବୟ ଅଭାବରୁ ଯୋଜନା ଓ ଲକ୍ଷ୍ୟ ବିପଥଗାମୀ ହେଉଛି। ବିକାଶ ନାଁରେ ବିଭାଗୀୟ ଅଧିକାରୀ ଲୁଟିବାରେ ଲାଗିଛନ୍ତି। ସହରରେ ଅନେକ ରାସ୍ତା ଅବସ୍ଥା ଶୋଚନୀୟ ରହିଥିବାବେଳେ ଭଲ ରାସ୍ତା ଉପରେ ବାରମ୍ବାର କାମ କରି ଅର୍ଥ ବରବାଦ କରାଯାଉଛି। ୱାର୍ଡ ନଂ.୩୬ ଅନ୍ତର୍ଗତ ମଧୁସୂଦନ ନଗରରେ ଏପରି ଘଟଣାକୁ ନେଇ ବିବାଦ ଦେଖାଯାଇଛି। ଉକ୍ତ ୱାର୍ଡର ପ୍ରମୁଖ ରାସ୍ତାରୁ ୟୁନିଟ-୪ ସରକାରୀ ବାଳିକା ବିଦ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ବିଏମ୍‌ସି ପକ୍ଷରୁ ଫେବର ବ୍ଲକ୍‌ କାମର ଭିତ୍ତିପ୍ରସ୍ତର ସ୍ଥାପନ ଗତ ବୁଧବାର କରାଯାଇଛି। ଏଥିପାଇଁ ୧୩ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ କାମ ଆରମ୍ଭ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ୬ ମାସ ତଳେ ପୂର୍ତ୍ତ ବିଭାଗ ଉକ୍ତ ରାସ୍ତାକୁ କଂକ୍ରିଟ କରିଥିବାବେଳେ ଏବେ ତାହାର ଅବସ୍ଥା ଭଲ ରହିଛି। କିନ୍ତୁ ସମାନ ରାସ୍ତାର କାମ ୨ଥର କରାଯିବାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁଠି କାମ ହୋଇଛି ସେଠାରେ ଆଉଥରେ କାମ କାହିଁକି କରାଯିବ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ରୋଡ) ମନୁ ମିଶ୍ର କହିଛନ୍ତି, ବିଏମ୍‌ସି ବଳପୂର୍ବକ ଆମ କାମ ଓ ପରିସୀମାରେ ପ୍ରବେଶ କରି ବାରମ୍ବାର କାମ କରୁଛି। ଏନେଇ ଆମେ ସଚିବଙ୍କୁ ଅବଗତ କରାଇବା ସହ ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ଦୃଷ୍ଟିଗୋଚରକୁ ଆଣିବୁ ବୋଲି ସେ କହିଛନ୍ତି। ଅପରପକ୍ଷେ ବିଏମ୍‌ସି ସିଟି ଇଞ୍ଜିନିଂୟର ଅରୁଣ କୁମାର ନାୟକ କହିଛନ୍ତି, ଏଭଳି କିଛି ଅଭିଯୋଗ ମୋ ନଜରକୁ ଆସିନାହିଁ। ସମ୍ପୃକ୍ତ ଅଞ୍ଚଳର ଜେଇଇଙ୍କଠାରୁ ଘଟଣା ବାବଦରେ ଅବଗତ ହେଲା ପରେ ପଦକ୍ଷେପ ଗ୍ରହଣ କରାଯିବ। ଜେଇଇ ପ୍ରକାଶ ପ୍ରଧାନ କହିଛନ୍ତି, ପୂର୍ତ୍ତ ବିଭାଗଠାରୁ ମଞ୍ଜୁର ମିଳିଲା ପରେ ଉକ୍ତ ରାସ୍ତାରେ ଫେବର ବ୍ଲକ କାର୍ଯ୍ୟ ହେବ, ନଚେତ ରାସ୍ତା କାମ ବନ୍ଦ ରହିବ। ସେହିଭଳି ବିଏମ୍‌ସି ପବ୍ଲିକ୍‌ ଓ୍ବାର୍କ୍ସ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ଅମରେଶ ଜେନା କହିଛନ୍ତି, ଅଭିଯୋଗ ପାଇବା ପରେ କାମ ବନ୍ଦ କରାଯାଇଛି। ଆମକୁ ଅନ୍ଧାରରେ ରଖି କାମ କରାଯାଉଥିଲା। ସମ୍ପୃକ୍ତ କମିଟିର ଚେୟାରମ୍ୟାନ ହୋଇ ମଧ୍ୟ ମୋତେ ସେଠାକୁ ଡକାଯାଇ ନ ଥିଲା। ଘଟଣା ସମ୍ପର୍କରେ ଅବଗତ ହେବା ପରେ କାମ ବନ୍ଦ କରାଯାଇଛି। ସେଠାରେ ଆଉ କାମ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri